ରାୟଗଡା ରୁ ବୈକୁଣ୍ଠ ଦୁରିଆ – ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କମ୍ପର ଗ୍ରାମରେ ପ୍ରଭୁ ଯୀଶୁଙ୍କର (ଇଷ୍ଟର) ପୁନରୁତଥାନର ପର୍ବ କୁ ପୁରା ଧୁମ ଧାମ ରେ ପାଳନ କରୁଛନ୍ତି ଶିଶୁ ଠାରୁ ଆରମ୍ଭ କରି ବୁଡ଼ା ବୁଡି ପଯ୍ୟନ୍ତ ଆଜି ଦିନ ରେ ସମସ୍ତେ ମିଶି କି ଯେଇଏଲସି ଚର୍ଚ୍ଚ ରେ ପ୍ରଭୁ ଯୀଶୁଙ୍କର ପୁନରୁତଥାନର ଦିବସ କୁ ସ୍ମରଣ କରିବା ପାଇଁ ସକାଳ ୫ଟା ସମୟରେ କବର ପଦାରେ ଯାଇ ସମାଧି ସ୍ଥଳରେ କେଣ୍ଡେଲ ପ୍ରଜ୍ୱଳନ କରି ପ୍ରାର୍ଥନା କରିଥିଲେ ତତ୍ପରେ ୧୧ଘଟିକାରେ ଚର୍ଚ୍ଚ ରେ ସତାଧିକ ସଂଖ୍ୟା ରେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଉପାସନା କରି, ବାଇବଲ ପାଠ ପଡି ଏବଂ ନାଚ ଗୀତରେ ପ୍ରଭୁଙ୍କ ପ୍ରଶଂସା କରିଥିଲେ | ଏହି ପର୍ବ ବିଷୟରେ ଚର୍ଚ୍ଚ ରେ ପେରିସ ପାଷ୍ଟର ରେଭ୍ ପ୍ରମିୟ ଖୋସଲା ପ୍ରଭୁ ଯୀଶୁ କିପରି ଭାବରେ ଜଗତ ର ପାପ ନିମନ୍ତେ ନିଜକୁ କୃଷରେ ବଳି ଦେଲେ ତତ୍ପରେ ତୃତୀୟ ଦିନରେ ମୃତ୍ୟୁ କୁ ପରାଜୟ କରି ପୁନର୍ବାର ଉଥିତ ହେଲେ ଏ ବିଷୟରେ ପ୍ରବଚନ ଦେଇଥିଲେ |
Sign in
Sign in
Recover your password.
A password will be e-mailed to you.
Next Post