କଂଗ୍ରେସରୁ ଚିରଞ୍ଜୀବ ଇସ୍ତଫା– ଜଗତସିଂହପୁର ରାଜନୀତି ହଇଚଇ

0

ଜଗତସିଂହପୁର,ତା-୩୧.୦୩.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର କଂଗ୍ରେସର ଭେଣ୍ଟରନ ଲିଡର ଚିରଞ୍ଜୀବ ବିଶ୍ୱାଳ ଆଜି କଂଗ୍ରେସର ପ୍ରାଥମିକ ପଦବୀରୁ ଇସ୍ତଫା ଦେଇଛନ୍ତି । ଗତ ୨୦୦୪ ସୀମା ପୁନରଗଠନ ଓ ଆସନ ସଂରକ୍ଷଣ ବ୍ୟବ ବ୍ୟବସ୍ଥା ପୂର୍ବରୁ ଚିରଞ୍ଜୀବ ବିଶ୍ଵାଳ ତିର୍ତ୍ତୋଲର ବିଧାୟକ ଥିଲେ । ୨୦୦୯ ରେ ଜଗତସିଂହପୁରରୁ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ। ମାତ୍ର ୨୦୧୪ ରେ ଜଗତସିଂହପୁରରୁ କଂଗ୍ରେସ ବିଧାୟକ ହୋଇ ହାଇଥିଲେ । ୨୦୧୯ ନିର୍ବାଚନରେ ଚିରଞ୍ଜୀବ ଜଗତସିଂହପୁରରୁ ପରାଜିତ ହୋଇଥିଲେ। ଓଡ଼ିଶାର ପୂର୍ବତନ କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ସୁପୁତ୍ର ଚିରଞ୍ଜୀବ ବିଶ୍ବାଳ ଓଡିଶା କଂଗ୍ରେସ ରାଜନୀତିରେ ଜଣେ ପ୍ରତିଷ୍ଠିତ ବ୍ଯକ୍ତି ଭାବରେ ପରିଚିତ ଥିଲେ । ମାତ୍ର କଂଗ୍ରେସରୁ ତାଙ୍କୁ ନିଲମ୍ବନ ପ୍ରତ୍ୟାହୃତ କରାଗଲା l ଏଭଳି ସ୍ଥିତିରେ ସ୍ଵାଭିମାନି ଚିରଞ୍ଜୀବ ବିଶ୍ଵାଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଚିରଞ୍ଜୀବ ଇସ୍ତଫା ପରେ ଜଗତସିଂହପୁର ରାଜନୀତିରେ ବଡ଼ ଧରଣରର ପରିବର୍ତ୍ତନ ହେବାକୁ ଯାଉଛି। ଜଗତସିଂହପୁର ଜିଲ୍ଲାର ୪ଟି ଯାକ ବିଧାନସଭା କ୍ଷେତ୍ରରେ କଂଗ୍ରେସର ସ୍ଥିତି ସମ୍ପୃକ୍ତ ଖରାପ ହୋଇଯାଇଥିବା ସମୟରେ ତାଙ୍କର ଭବିଷ୍ୟତ ପଦକ୍ଷେପକୁ ନେଇ ବିଜେଡି ନେତାମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଅସଙ୍ଗଠିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚିରଞ୍ଜୀବ ଆସନ୍ତାକାଲି ବିଜେଡି ଶିବିରରେ ଯୋଗଦାନ କରିବେ । ଯଦି ଚିରଞ୍ଜୀବ ବିଜେଡିରେ ମିଶନ୍ତି ଓ ଜଗତସିଂହପୁର ବିଧାନସଭା କ୍ଷେତ୍ରରୁ ବିଜେଡି ପ୍ରାଥ ହୁଅନ୍ତି ତେବେ ବିଜେଡିର ଆଶାୟୀ ନେତାମାନଙ୍କ ପାଇଁ ସମସ୍ୟା ଦେଖା ଦେବାର ସମ୍ଭାବନା ସୃଷ୍ଟି ହୋଇଛି। ଜଗତସିଂହପୁର ବିଜେଡି ବିଧାୟକ ତଥା ଶାସକ ଦଳର ଚିପି ହୁଈଫି ପ୍ରଶାନ୍ତ କୁମାର ମୁଦୁଲି କେଉଁ ଆସନକୁ ଯିବେ ସେ ନେଇ ବିଭିନ୍ନ ଗୁଞ୍ଜରଣ ସୃଷ୍ଟି ହୋଇଛି। ଚିରଞ୍ଜୀବ ଜଣେ ସଚୋଟ ରାଜନେତା ଓ ଜଣେ ବରିଷ୍ଠ ସଂଗଠକ ହିସାବରେ ବେଶ ସୁନାମ ଅର୍ଜନ କରିଛନ୍ତି। ତେବେ ତାଙ୍କର ଭବିଷ୍ୟତ ଓ କାର୍ଯ୍ୟପନ୍ଥା ଜିଲ୍ଲାର ରାଜନୈତିକ ମହଲକୁ ସରଗରମ କରିବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.