ଭଞ୍ଜନଗର ରାଜନୈତିକ ସତ୍ତାର ସପ୍ତମ ଥର ଲଢେଇରେ ବିକ୍ରମ

0

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ରାଜନୈତିକ ଦୃଷ୍ଟିକୋଣ ରୁ ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ହେଉଛି ଭଞ୍ଜମାଟି ଭଞ୍ଜନଗର। ଗତ କିଛିଦିନ ହେବ ରାଜ୍ୟରେ ବିଜୁଜନତା ଦଳ ପକ୍ଷରୁ ବିଧାନସଭା ଓ ଲୋକସଭା ନିମନ୍ତେ ପାର୍ଥି ତାଲିକା ପ୍ରକାଶ ପାଇଛି। ଏକଦା ଜାତୀୟ କଂଗ୍ରେସ ର ଗଡ଼ କୁହାଯାଉଥିବା ଭଞ୍ଜନଗର କୁ ବିଜୁଜନତା ଦଳ ଦୀର୍ଘବର୍ଷ ହେଲା ନିଜର ଗଡ଼ ଵା ଦୁର୍ଗ ରେ ପରିଣତ କରିସାରିଛି।

ଓଡିଶା ରାଜନୀତିର ଦବ୍ ଦବା ଜାହିର କରିଥିବା ରାଜିନିତିଜ୍ଞ ମାନଙ୍କ ମଧ୍ୟରୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଅପ୍ରତିଦ୍ଵନ୍ଦୀ ରାଜନେତା ବିକ୍ରମ କେଶରୀ ଆରୁଖ ନିଜର ଦୀର୍ଘ ରାଜନୀତିଜ୍ଞ ଅଭିଜ୍ଞତାରୁ ୧୯୯୫ ରୁ ଜନତା ଦଳ ଓ ୨୦୦୦ ମସିହାରୁ ଶାସକ ବିଜୁଜନତା ଦଳରୁ କ୍ରମାଗତ ଭାବେ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ ମଣ୍ଡଳ ର ବିଭିନ୍ନ ଗୁରୁତ୍ୱ ପୁର୍ଣ ବିଭାଗରେ ଦାଇତ୍ୱ ତୁଳାଇଆସିଛନ୍ତି। ଏପରିକି ବିଭିନ୍ନ ବିଭାଗ ର ମନ୍ତ୍ରୀ ପଦରେ ରହିବା ସହ, ଓଡ଼ିଶା ବିଧାନସଭାର ବାଚସ୍ପତି ମଧ୍ୟ ହୋଇପାରିଛନ୍ତି।
ଭଞ୍ଜନଗର ବ୍ଳକ୍ ର ୨୨ ଟି ପଞ୍ଚାୟତ, ଜଗନ୍ନାଥ ପ୍ରସାଦ ବ୍ଳକ୍ ର ୨୫ ଗୋଟି ପଞ୍ଚାୟତ ଓ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ନେଇ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଗଠିତ। ଏହି ବିଧାନସଭା କ୍ଷେତ୍ରରେ ବିଭିନ୍ନ ସମ୍ପ୍ରଦାୟର ଭୋଟର ରହିଥିବାରୁ ଏହା ରାଜନୈତିକ ବାତାବରଣ କୁ ଖୁବ୍ ପ୍ରଭାବିତ କରିଆସିଛି। ଅନ୍ୟପକ୍ଷରେ ବିକ୍ରମଙ୍କ ରାଜନୈତିକ ଗୋଟି ଚାଳନାରେ ରେ ବିପକ୍ଷ ବାଜିମାତ୍ ହୋଇଥିଲା ବେଳେ ବିକ୍ରମଙ୍କୁ ଟକ୍କର ଦେବାରେ ବିଫଳ ହୋଇଛନ୍ତି ବିରୋଧି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ସେ ବହୁତ ବ୍ୟବଧାନ ରେ ବିଜୟ ଲାଭ କରୁଥିବା ବେଳେ ୨୦୧୯ ନିର୍ବାଚନ ରେ ଶ୍ରୀଯୁକ୍ତ ଆରୁଖ ୭୬ ହଜାର ୯୭୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ରୁ ୬୭ ହଜାର ୭୭୬ ଖଣ୍ଡ ଭୋଟ ପାଇଥିଲେ ଓ ଶ୍ରୀଯୁକ୍ତ ଆରୁଖ ୯ ହଜାର ଭୋଟ ରେ ଆଗୁଆ ଥିଲେ।ତେଣୁ ଏଥିରୁ ଜଣା ପଡୁଛି ଯେ, ।ଶ୍ରୀଯୁକ୍ତ ଆରୁଖ ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ତଥା ଭଞ୍ଜନଗର ଅଞ୍ଚଳରେ ବିଭିନ୍ନ ପ୍ରକାର ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ରାସ୍ତା ଘାଟ, ସ୍ୱାସ୍ଥ୍ୟ ,ପାନୀୟ ଜଳ, ଶିକ୍ଷା କ୍ଷେତ୍ରରେ ଉନ୍ନତି ବହୁତ ପରିମାଣରେ ଵୃଦ୍ଧି ହୋଇଛି।ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ପୌରପାଳିକା କରିବା ଏହାର ସୌନ୍ଦର୍ଯ୍ୟ କରଣ,ରାସ୍ତା ଘାଟ ଏବଂ ବିଶେଷ ଭାବରେ ସ୍ଵାସ୍ଥ୍ୟ କ୍ଷେତ୍ର ରେ ଅନେକ ଉନ୍ନତି ହୋଇଛି। ବିକ୍ରମଙ୍କ ରାଜନୀତିକ ରଣନୀତି ତଥା ବୁଥ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ସମାଧାନ କରିବା ଯୋଗୁଁ ବିକ୍ରମଙ୍କ ଉପରେ ଲୋକଙ୍କ ଆସ୍ଥା ବଢୁଛି। ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ବିକ୍ରମଙ୍କ ରାଜନୀତି ରେ କେବେ ହାରି ନାହାନ୍ତି । କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ କଡା ଟକ୍କର ହେବାର ସମ୍ଭାବନା ରହିଛି ବୋଲି ରାଜନିତିଜ୍ଞ ମାନଙ୍କ ଠୁ ସୁଚନା ମିଳୁଛି। କାରଣ ବିପକ୍ଷ ରାଜନୈତିକ ଦଳର ନେତୃବୃନ୍ଦ ଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ନଥିଲେ ମଧ୍ୟ, ଭାରତ ର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିତି ଆଦର୍ଶ, ଜନକଲ୍ୟାଣ କାରି କାର୍ଯ୍ୟକ୍ରମ ଓ ବିଶେଷ ଭାବରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ଵରେ ଚର୍ଚ୍ଚିତ ହେବା ,ସାଧାରଣ ଲୋକଙ୍କୁ ଏହି ଦଳର ସଂକେତ ଆକର୍ଷିତ କରିବାକୁ ଲାଗିଛି। ସେଥିପାଇଁ ଶ୍ରୀଯୁକ୍ତ ଅନେକ ଦିନ ପୁର୍ବ ରୁ ପ୍ରଚାର ଆରମ୍ଭ କରି ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗସ୍ତ କରିବା ସହ ଲୋକଙ୍କ ନିକଟତର ସୋଇସାରିଛନ୍ତି ।କିନ୍ତୁ ଗତ ନିର୍ବାଚନ ରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର କେତେକ ପଞ୍ଚ।ୟତ ବିଜେପି ର ଖାତାକୁ ଚାଲିଯାଇଛି। ଏପରି ସ୍ଥଳେ ସତ୍ତାର ସପ୍ତମ ଲଢେଇ ଶ୍ରୀଯୁକ୍ତ ବିକ୍ରମଙ୍କ ପାଇଁ ଗୋଟିଏ ବଡ ଚାଲେଞ୍ଜ ହେବ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ହୋଇ ରହିଛି।

Leave A Reply

Your email address will not be published.