ବିଜେପିର ଶକ୍ତି ପ୍ରଦର୍ଶନ

0

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ହାଟ ପଦା ପଡିଆ ରେ ଜିଲ୍ଲା ଭାରତୀୟ ଜନତା ପାର୍ଟି ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। l ଏହି ଟିକୀରି ସ୍ଥିତ ତଟାଗୁଡ଼ା ଛକରୁ ବିଶାଳ ପଦ ଯାତ୍ରା ବାହାରି ରାସ୍ତା ତମାମ ବିଭିନ୍ନ ପ୍ରକାର ନାରା ବାଜି କରି ସହର ପରିକ୍ରମା କରି ହାଟପଦା ପଡ଼ିଆରେ ପହଞ୍ଚି ଥିଲେ, ସେଠାରେ ଆୟୋଜିତ ସଭାରେ ମଞ୍ଚସ୍ତ ଅତିଥି ମାନେ ରାଜ୍ୟ ସମ୍ପାଦକ ଶ୍ରୀ ରମେଶ ସାହୁ, ରାଜ୍ୟ ସମ୍ପାଦିକା ଶ୍ରୀମତୀ ପୂର୍ଣ୍ଣିମା ନାୟକ, ଲୋକ ସଭା ପାର୍ଥି ଶ୍ରୀ କାଳୀରାମ ମାଝୀ, କୋରାପୁଟ ଲୋକସଭା ପ୍ରଭାରୀ ଶ୍ରୀ ଗୋବିନ୍ଦ ଜୈନ ଏବଂ ଜିଲ୍ଲାର ସଭାପତି ଶ୍ରୀ ଶିବ ପଟ୍ଟନାୟକ ଯୋଗ ଦେବେ ସହ କାଶିପୁର ବ୍ଲକ ବିଜେପି ଦଳ ଗୁଣନିଧି ବାଘ , ପ୍ରତାପ ପୂଆଲା, ବେଲଧର ମାଝୀ, ସହ ଅନ୍ୟ କର୍ମୀ ମାନେ ଯୋଗ ଦେଇ ଉଦବୋଧନ ଦେଇଥିଲେ ବିଜେପି ଦଳକୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଜୁକ୍ତ କରିବା ପାଇଁ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ। ଏହା ସହ ବିଜେପି ଦଳର ଶକ୍ତିପ୍ରଦର୍ଶନ ଦେଖିବାକୁ ମିଳିଥିଲା

Leave A Reply

Your email address will not be published.