“ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯ୍ୟକ୍ରମ ଅନୁଷ୍ଠିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ସୁଭାଷ ଚନ୍ଦ୍ର ଜମାଦାର , ସମ୍ମାନିତ ଅତିଥି ରୂପେ ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପଟ୍ଟନାୟକ , ମୁଖ୍ୟବକ୍ତା ରୂପେ ଶିକ୍ଷା ବିକାଶ ସମତି , ଦକ୍ଷିଣ-ପୂର୍ବ ସମ୍ଭାଗର ଶିଶୁ ବାଟିକା ସଂଯୋଜକ ଶ୍ରୀଯୁକ୍ତ ଅରୁଣ କୁମାର ବାଗ୍ ଯୋଗ ଦେଇ ଶିଶୁ ମାନଙ୍କର ଶାରୀରିକ , ମାନସିକ , ପ୍ରାଣିକ , ବୌଦ୍ଧିକ ଓ ଆତ୍ମିକ ବିକାଶ ତଥା ଦୈନନ୍ଦିନ ଜୀବନରେ ଅଭିଭାବକ , ବିଶେଷ କରି ମାଆ ମାନେ କିପରି ସକ୍ରିୟ ରହିବା ଆବଶ୍ୟକ ଏବଂ ନିଜ ଘର ହିଁ କିପରି ବିଦ୍ୟାଳୟର ସ୍ଥାନ ନେଇ ପାରେ ସେ ସମ୍ବନ୍ଧରେ ଉପସ୍ଥିତ ଶତାଧିକ ଅଭିଭାବକ ଅଭିଭାବକାଙ୍କୁ ବୁଝାଇଥିଲେ।
କାର୍ଯ୍ୟକ୍ରମର ଶେଷରେ ଶିଶୁ ବାଟିକାର କୁନିକୁନି ଭଉଣୀ ମାନଙ୍କ ଦ୍ବାରା ଏକ ନୃତ୍ୟ ତଥା ଗୁରୁମା ମାନଙ୍କ ଦ୍ବାରା ଏକ ନାଟକ ପରିବେଷଣ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ମମତା ମହାପାତ୍ରଙ୍କ ନେତୃତ୍ୱରେ ତଥା ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ତତ୍ବାବଧାନରେ ଓ ବିଦ୍ୟାଳୟର ଅନ୍ୟ ଗୁରୁଜୀ ଗୁରୁମାଙ୍କର ସହଯୋଗରେ ସଫଳ ହୋଇଥିଲା। ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ଯୁଗ୍ମ ସମ୍ପାଦକ ଶ୍ରୀ ବିଭୁତି ଭୁଷଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.