ବଡ଼ବିଲ (ଶାସକ ପ୍ରଶାସକ): କେନ୍ଦୁଝର ଜିଲା ବଡବିଲ ବାର ଆସୋସିଏଶନ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ସଭାପତି ଭାବେ ଗଗନ ବିହାରୀ ଭଟ୍ଟମିଶ୍ର, ଉପ ସଭାପତି ଭାବେ ଧୀରେନ୍ଦ୍ର କୁମାର ଦଳାଇ, ସମ୍ପାଦକ ଭାବେ ପ୍ରଦୀପ ମହାନ୍ତି, ଯୁଗ୍ମ ସମ୍ପାଦକ ଭାବେ ହରିଶ ଚନ୍ଦ୍ର ବାରି ଓ କୋଷାଧ୍ଯକ୍ଷ ଭାବେ ମିହିର ନାମତୋଆର ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ତେବେ କେବଳ ସମ୍ପାଦକ ପଦବୀରେ ଦୁଇ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ହୋଇଥିଲାବେଳେ ଅନ୍ୟ ସମସ୍ତ ପଦବୀ ପଦବୀରେ ଅପ୍ରତିଦ୍ବହୀ ନିର୍ବାଚିତ ହୋଇ ହୋଇଥିବା ଜଣାପଡିଛି। ଏଥିରେ ପ୍ରଦୀପ ମହାନ୍ତି ୧୯ ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ଅକ୍ଷୟ କୁମାର ଧୀରଙ୍କୁ ପରାଜିତ କରିଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.
Next Post