ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ରେ ଶୈଳେନ୍ଦ୍ର ଓ ରାଜେନ୍ଦ୍ର ବିଜୟୀ

0

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ମାର୍ଚ୍ଚ ମାସ ୩୦ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଛି। ଏଥିରେ ସଭାପତି ଓ ଉପସଭାପତି ପଦବୀ ପାଇଁ ପ୍ରତିଦ୍ବନ୍ଦ୍ବିତା ହୋଇଥିବାବେଳେ ଅନ୍ୟ ସମସ୍ତ ପଦବୀ ରେ କର୍ମକର୍ତ୍ତା ମାନେ ନିର୍ଦ୍ଵନ୍ଦରେ ଵିଜୟଲାଭ କରିଛନ୍ତି।

ଆଇନଜୀବୀ ଶ୍ରୀଯୁକ୍ତ ଶୈଳେନ୍ଦ୍ର ନାରାୟଣ ସାହୁ ସଭାପତି ଏବଂ ଉପ ସଭାପତି ଶ୍ରୀଯୁକ୍ତ ଡି.ଗଗନ ବିହାରି ବିନ୍ଧାଣିରା ବିଜୟ ହାସଲ କରିଛନ୍ତି। ଏଥିସହ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ପ୍ରଧାନ ସମ୍ପାଦକ ଭାବେ ର୍ନିଦ୍ବନ୍ଦ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସହ ସମ୍ପାଦକ ଶ୍ରୀ ଅଶ୍ବିନ କୁମାର ଦାଶ,କୋଷାଧ୍ୟକ୍ଷ ପଦବୀରେ ଶ୍ରୀ ସଂଗ୍ରାମ ମିଶ୍ର ଏକାକୀ ନାମାଙ୍କନ ଦାଖଲ କରି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଲଡୁ କିଶୋର ଆଳତିଆ ସୂଚନା ଦେଇଛନ୍ତି। ଏହି ନିର୍ବାଚନରେ ୨ ଟି ପଦବୀ ପାଇଁ ପ୍ରତିଦ୍ବନ୍ଦିତା ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ମୋଟ ୨୩୬ ଜଣ ମତଦାତାଙ୍କ ମଧ୍ୟରୁ ୨୧୫ ଜଣ ମତଦାତା ଭୋଟ ଦେଇଥିଲେ। ଅପରାହ୍ନ ୪ ଟା ପରେ ଗଣତି ଆରମ୍ଭ ହୋଇଥିଲା। ସଭାପତି ପ୍ରାର୍ଥୀ ଶୈଳେନ୍ଦ୍ର ନାରାୟଣ ସାହୁ ୧୧୫ ଖଣ୍ଡ ଭୋଟ ଓ ଅଳକା ମଞ୍ଜରୀ ପଟ୍ଟନାୟକ ୯୯ ଖଣ୍ଡ ଭୋଟ ପାଇଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଥିଲା। ସେହିପରି ଉପ ସଭାପତି ପ୍ରାର୍ଥୀ ଗଗନ ବିହାରି ବିନ୍ଧାଣିରା ୮୫ ଖଣ୍ଡ ଭୋଟ,ସହସ୍ରାଂଶୁ ରାଉତ ୭୯ ଖଣ୍ଡ ଭୋଟ ଓ ଚନ୍ଦ୍ରମଣୀ ମହାପାତ୍ର ୪୯ ଖଣ୍ଡ ଭୋଟ ପାଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଏଥିରେ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଆଳତିଆଙ୍କ ସମେତ ତ୍ରିନାଥ ମଳିକ,ବିମ୍ବାଧର ଷଢଙ୍ଗୀ ଏବଂ ଗିରିଜା ଶଙ୍କର ଭୂୟାଁ,ଧ୍ରୁବ ତ୍ରିପାଠୀ,ରଜେଶ୍ବର ଆଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.