ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟ ଗ୍ରାମ ରେଗଡ଼ା ପଞ୍ଚୟତର ବଡ଼ଗୁଡା ଗ୍ରାମରେ ଗତ ୨୪ ତାରିଖରୁ ଚାଲିଥିବା ସେବା ଯୋଜନାର ୟୁନିଟ-୧ (ପୁରୁଷ) ପକ୍ଷରୁ ସାତ ଦିନିଆ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ ହୋଇଯାଇଛି। ଏହି ଉତ୍ସଵରେ ମୁଖ୍ୟ ଅତିଥି ଭାବେ ବିଶ୍ବବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଡିନ ଡ ଏ ବି ଶ୍ରୀନିବାସ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସାତ ଦିନିଆ ଶିବିରରେ ଛାତ୍ରଛାତ୍ରୀମାନେ ଯାହା ସବୁ ଗ୍ରାମରେ ସଚେତନତା କରିଛନ୍ତି ସେ ସବୁକୁ ନିଜ ଜୀବନରେ ମଧ୍ୟ ଅନୁସରଣ କରିବା ପାଇଁ କହିଥିଲେ।।କାଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନସୁ ଶେଖର ରଥ ସ୍ୱାଗତ ଭାଷଣ ଦେବା ସହ ଗତ ସାତ ଦିନ ଧରି ଚାଲିଥିବା କାଯ୍ୟକ୍ରମ ବିଷୟରେ କହିଥିଲେ। ଅଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଶିବିରରେ ୫୦ ଜଣ ସ୍ବେଚ୍ଛାସେବୀ ଭାଗ ନେଇଥିଲେ।ଏହି ଅବସରରେ ସ୍ପନ୍ଦନ କାଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀ ମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେବା ଯୋଜନାର ସଭ୍ୟ ପ୍ରଫେସର ବାଣୀ ପ୍ରସାଦ ନାୟକ, ଗୋପାଳ କୃଷ୍ଣ ମହନ୍ତ ଓ ଧୁମେଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.