ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

0

କଳାହାଣ୍ଡି: ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଥିବା ବେଳେ , ଘଟଣା ସ୍ଥଳରେ ଟାଉନ ପୋଲିସର ତଦନ୍ତ ଆରମ୍ଭ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସହରର ସେବକ ନଗର କଲୋନୀ ବାହାଦୁର ବଗିଚା ପଡ଼ା ୱାର୍ଡ଼ ନମ୍ବର ୦୭ ଗୋରୁଶଳ ପଡାର ଏକ ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ସୂଚନା ଅନୁଯାୟୀ ବାହାଦୁର ବଗିଚା ପଡ଼ାର ସେବକ କଲୋନି ସାହିର ପରମେଶ୍ୱର ନାଏକଙ୍କ ବଡ଼ପୁଅ ସାଗର ନାଏକ ବୟଷ (୨୨) ବିଳମ୍ବିତ ରାତିରେ ଘରୁ ନିଜ ସାଙ୍ଗ ମାନଙ୍କ ସହ ବାହାରି ଆଉ ଫେରି ନଥିଲେ। ପୁଅ ନ ଫେରିବାରୁ ପରିବାର ପକ୍ଷରୁ ଅନେକ ଖୋଜାଖୋଜି କଲାପରେ ମଧ୍ୟ ନ ପାଇବାରୁ ଶେଷରେ ସାହିର ଶେଷ ମୁଣ୍ଡରେ ଗୋରୁଶଳ ପଦାରେ ଥିବା ଏକ ପରିତ୍ୟକ୍ତ ଆବାସ ଗୃହରେ ସାଗରଙ୍କ ଝୁଲନ୍ତା ମୃତଦେହ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ପ୍ରଥମେ ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିବା ବେଳେ , ପରିବାର ଲୋକଙ୍କ ଅଭିଯୋଗ ଏହା ଏକ ସୂପରିକଳ୍ପିତ ହତ୍ୟା କାଣ୍ଡ ନେଇ ଅଭିଯୋଗହେବା ପରେ ପୋଲିସ ପ୍ରାଥମିକ ତଦନ୍ତରୁ ମୃତ ସାଗରଙ୍କ ସାଙ୍ଗ – ରାମ ସାଗର ପଡ଼ାର ଇଲୁ ସରାପ କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ , ଏହା ଏକ ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ନେଇ ଟାଉନ ଥାନା ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.