ଗୁଣପୁର ଓକିଲ ସଂଘ ନିର୍ବାଚନ: ଦେବୀ ଆଚାର୍ଯ୍ୟ ସଭାପତି ,ଇନ୍ଦ୍ରାକ୍ଷୀ ସମ୍ପାଦକ |

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ରାୟଗଡା ଜିଲ୍ଲା ଗୁଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆଇନଜୀବି ଦେବୀ ପ୍ରସାଦ ଆଚାର୍ଯ୍ୟ ସଭାପତି ଏବଂ ଇନ୍ଦ୍ରାକ୍ଷୀ ଦାଶ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି। ସଭାପତି ରୂପେ ନିର୍ବାଚିତ ହୋଇଥିବା ଦେବୀ ପ୍ରସାଦ ଆଚାର୍ଯ୍ୟଙ୍କୁ ୩୮ ଟି, ନିକଟତମ ପ୍ରତିଦ୍ବନ୍ଦୀ ରାଜେନ୍ଦ୍ର ସାହୁଙ୍କୁ ୨୦ ଏବଂ ଗୌରି ଦାଶଙ୍କୁ ୧୭ ଖଣ୍ଡ ଭୋଟ ମିଳିଥିଲା। ସେହିପରି ଉପ ସଭାପତି ଭାବେ ନିର୍ବାଚିତ ଆଇନଜୀବି ଗଣେଶ ସାହୁଙ୍କୁ ୫୯ ଟି ଭୋଟ ମିଳିଥିବା ବେଳେ ସରୋଜ ପାଣିଗ୍ରାହୀଙ୍କୁ ୧୩ ଟି ଭୋଟ ମିଳିଥିଲା। ଏହି ନିର୍ବାଚନରେ ସମ୍ପାଦକ ରୂପେ ନିର୍ବାଚିତ ହୋଇଥିବା ଆଇନଜୀବି ଇନ୍ଦ୍ରାକ୍ଷୀ ଦାଶଙ୍କୁ ୫୩ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଗୋବିନ୍ଦ ସାହୁଙ୍କୁ ୨୨ ଟି ଭୋଟ ମିଳିଥିଲା। ଏହା ବ୍ୟତୀତ ଆଇନଜୀବି ସରୋଜ ପାତ୍ର ସହ ସମ୍ପାଦକ ଏବଂ କୈଳାସ ଶବର କୋଷାଧ୍ୟକ୍ଷ ରୂପେ ନିର୍ଦ୍ୱନ୍ଦରେ ବିଜୟ ହୋଇଥିଲେ। ଆଜି ସକାଳ ୮ ଟାରୁ ୩ ଟା ମଧ୍ୟରେ ଭୋଟ ଗ୍ରହଣ କରାଯାଇଥିବା ବେଳେ ପଞ୍ଜିକୃତ ୭୬ ଜଣ ଆଇନଜୀବି ମତଦାନ ସାବ୍ୟସ୍ତ କରିଥିଲେ । ଏହାକୁ ନିର୍ବାଚନ ଅଧିକାରୀ ଆଇନଜୀବି ମନୋଜ କୁମାର ରତ୍ନାଲୁ ଏବଂ ସହକାରୀ ନିର୍ବାଚନ ଅଧିକାରୀ ପ୍ରବୀଣ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।

 

Leave A Reply

Your email address will not be published.