ସ୍ଵାଭିମାନୀ ଓଡ଼ିଆଣୀ ର ଆମେ ଓଡ଼ିଆ ଭାରି ବଢ଼ିଆ କାର୍ଯ୍ୟକ୍ରମ

0

ରାଉରକେଲା(ବସନ୍ତ କୁମାର ଜେନା): ନୂତନ ଭାବେ ସୃଷ୍ଟି ହୋଇଥିବା ମହିଳା ଅନୁଷ୍ଠାନ ସ୍ବାଭିମାନୀ ଓଡ଼ିଆଣୀ ତରଫରୁ ଆମେ ଓଡ଼ିଆ ଭାରି ବଢ଼ିଆ କାର୍ଯ୍ୟକ୍ରମ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର କର୍ମକର୍ତ୍ତା ମାନସୀ ଦାସ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ନମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ତଥା ନିର୍ଦ୍ଦେଶିକା ବନ୍ଦିତା ମହାନ୍ତି ଅତିଥି ଭାବେ ଯୋଗଦେଇ ଉତ୍କଳ ଦିବସ,ଓଡ଼ିଆ ସଂସ୍କୃତି, ପରମ୍ପରା, ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଆ ଭାଷା କୁ ଅଧିକରୁ ଅଧିକ ବ୍ୟବହାର ଓ ଓଡ଼ିଶାର ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ଅଛି ବୋଲି ମତ ରଖିଥିଲେ। ଏହି ଅବସରରେ ଓଡିଆ ଖାଦ୍ୟ, ଓଡ଼ିଆ ସଂଗୀତ, କବିତା ପାଠ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଅଧ୍ୟକ୍ଷତା କରୁଥିବା ଶ୍ରୀମତୀ ଦାସମହାପାତ୍ର ସଂସ୍ଥାର ବିବରଣୀ ଓ ଉଦ୍ଦେଶ୍ୟ ତଥା ବରିଷ୍ଠ ସଦସ୍ୟା କଳ୍ପନା ଶତପଥୀ ଉତ୍କଳ ଦିବସ ପାଳନ ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ସ୍ମିତା ମିଶ୍ର, ତୃପ୍ତି ସାହୁ, ମାନସୀ,ସରମିନ୍ ପାଢ଼ୀ ସଂଗୀତ ପରିବେଷଣ କରିଥିବା ବେଳେ ସ୍ମିତା ମିଶ୍ର ଓ ପ୍ରିୟଙ୍କା ବିଶ୍ବାଳ କବିତା ପାଠ ତଥା ଲାବଣ୍ୟ ପ୍ରଭା ଓ ନମିତା ମହାପାତ୍ର ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷିନୀ ଧରୁଆ,ଡ ଶୁଭଶ୍ରୀ ମହାରଣା,ସୁପ୍ରଭା ଦାଶ,ସମିତା ପାଢ଼ୀ, ଜ୍ୟୋସ୍ନା ମଲ୍ଲିକ,ମୀନି ମଲ୍ଲିକ, ରାଜଲକ୍ଷ୍ମୀ ସୂତାର, ସ୍ବର୍ଣ୍ଣଲତା ପଣ୍ଡା,ଅନୁସୂୟା ରାଜ, ଦୀପିକା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ତୃପ୍ତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.