(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଯାଦବ ମହାସଂଘ ଆନୁକୂଲ୍ୟରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସ୍ଥିତ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ନିର୍ବିକଳ୍ପ ସମାଧି ପୀଠ ଠାରେ ୫ଦିନ ବ୍ୟାପୀ ୩୦ ତମ ବାର୍ଷିକ ରାଜ୍ୟ ସ୍ତରୀୟ ଲଉଡ଼ି ମହୋତ୍ସବ ଶୁକ୍ରବାର ବିଳମ୍ବିତ ରାତ୍ରରେ ଉଦ୍ଯାପିତ ହୋଇଛି । ଦୋଳ ପୂର୍ଣ୍ଣିମାରେ ଏହାର ଉଦଘାଟନୀ ଉତ୍ସବରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗ ଦେଇ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଗୋପାଳ ସମାଜ ପାଇଁ ଲଉଡ଼ି ଖେଳର ମହତ୍ଵ ଓ ତାତ୍ପର୍ଯ୍ୟ ସଂକ୍ରାନ୍ତରେ ପ୍ରକାଶ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ସମାଜସେବୀ ନୃସିଂହଚରଣ ମୁଦୁଲି, ବିଜେଡି ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ସରପଞ୍ଚ ସସ୍ମିତା ମହାନ୍ତି, ସମିତିସଭ୍ୟ ବିଶ୍ଵେନ୍ଦୁ ମହାରଣା ସମେତ ବହୁ ନେତୃବୃନ୍ଦ, ଶିକ୍ଷାବିତ୍, ସାମ୍ବାଦିକ ଯୋଗ ଦେଇଥିଲେ l ଏହି ଲଉଡ଼ି ଉତ୍ସବରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣ ତଥା ନେମାଳ, ବାରଗୋଡ଼ିଆ, ନଗସପୁର, ସୋଗଲ, ହରିଶପୁର, ପଦ୍ମପୁର,ମହାଜନପୁର, ତାରଡ଼, ବାଗସାହି, ତରତ ସମେତ ୬୦ ରୁ ଉର୍ଦ୍ଧ୍ବ ଲଉଡ଼ି ଦଳ ଯୋଗ ଦେଇଥିଲେ l ପ୍ରତ୍ୟେକ ଦିନ ଗୋପିନାଥ ଜୀଉଙ୍କ ମନ୍ଦିରରୁ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମା ବେଢା ପରିକ୍ରମା କରାଯାଇ ନାମ ମଣ୍ଡପରେ ଅଧିଷ୍ଠିତ କରାଯିବା ପରେ ଲଉଡ଼ି ଖେଳ ଆରମ୍ଭ ହୋଇଥିଲା l ଏଥିରେ ଶ୍ରୀକୃଷ୍ଣଙ୍କର ବିବିଧ ଲୀଳା ସହ ବହୁ ତଥ୍ୟ ଓ ତତ୍ବମୂଳକ ଲଉଡ଼ି ଓ ଓଗାଳ ସଂଗୀତ ପରିବେଷଣ କରାଯାଇଥିଲା । ଯାଦବ ମହାସଂଘର ସଭାପତି ଗୋପିନାଥ ଦାସଙ୍କ ମାର୍ଗଦର୍ଶନ ଓ ଉପସଭାପତି କାର୍ତ୍ତିକଚନ୍ଦ୍ର ଦାସଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଯୁବ ଯାଦବ ସଭାପତି ଇଂ. ପ୍ରଦିପ ବେହେରା, ଅଶୋକ କୁମାର ମହାଭୋଇ ଯୋଗ ଦେଇଥିଲେ । ଯାଦବ ମହାସଂଘର ସମ୍ପାଦକ ପ୍ରସାଦ ଦାସ, ସଂଗଠନ ସମ୍ପାଦକ ରାଧେଶ୍ୟାମ ଦାସ,କୋଷାଧକ୍ଷ ଦିବାକର, ସମୀକ୍ଷକ ଗୋବିନ୍ଦ୍ର ଚନ୍ଦ୍ର ଦାସ, ସୁକାନ୍ତ ଦାସ,ପଣ୍ଡିତ ଶତ୍ରୁଘ୍ନ ଦାସ, ବିଷ୍ଣୁ ଦାସ, ପ୍ରତାପ ଚନ୍ଦ୍ର ଦାସ, ନଟବର ଦାସ, ଦ୍ବିଜବର ଦାସ, ହେମନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ଥାନୀୟ ଗ୍ରାମବାସୀ, ଗୋପିନାଥଜୀଉ ଟ୍ରଷ୍ଟ ବୋର୍ଡ଼, ସେବାୟତ ସଂଘ ଓ ବଜାର କମିଟି ଏଥିରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.