ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗରେ ଶୋକସଭା।

0

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଭଂଜନଗର ଶିକ୍ଷାଧିକାରୀ ଅଧିନସ୍ଥ ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କାଳୀଚରଣ ପ୍ରଧାନଙ୍କ ଅକାଳ ବିୟୋଗ ଆଜି ମାର୍ଚ୍ଚ ମାସ ୩୦ ତାରିଖ ଶନିବାର ଦିନ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି।

ଗତକାଲି ଦିନ ୧୦.୦୦ ଘଣ୍ଟା ସମୟରେ ଅମିତ ହସ୍ପିଟାଲରେ ପ୍ରଧାନ ଶିକ୍ଷକ କାଳିଚରଣ ଙ୍କ ମୃତ୍ୟୁ ହୋଇଥିଲା । ଆଜକୁ ପ୍ରାୟ ୪ ମାସ ତଳେ ବିଦ୍ୟାଳୟରେ ହଠାତ୍ ସ୍ଵାସ୍ଥ୍ୟବସ୍ଥା ଅବନତି ଘଟିବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ୱର ଏମ୍ସ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇଯିବାରୁ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ମର ଶରୀରକୁ ନିଜ ପୈତୃକ ଗ୍ରାମ ଜିରାବଡି କୁ ଅଣାଯାଇଥିଲା। ଗ୍ରାମରେ ଗ୍ରାମବାସୀ ଓ ନିଜ ବନ୍ଧୁବାନ୍ଧବ ପରିବାର ସ୍ଵଜନଙ୍କ ଶେଷ ଦର୍ଶନ ପରେ ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ସତ୍କାର କରାଯାଇଥିଲା। ସେ ଜଣେ ଛାତ୍ରବତ୍ସଳ, ମିଷ୍ଟଭାଷୀ, ସରଳ, ନିଷ୍ଠାବାନ, ସଚ୍ଚୋଟ, ଓ କର୍ମଯୋଗୀ ବ୍ୟକ୍ତି ବିଶେଷ ଥିଲେ।
‌ତାଙ୍କ ର ଅକାଳ ବିୟୋଗ ରେ ମର୍ମାହତ ହୋଇ ଆଜି ଭଂଜନଗର ର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ମୂଲ୍ୟାୟନ କେନ୍ଦ୍ରର ଗଣିତ ଓ ଇଂରାଜୀ ବିଭାଗର ପରୀକ୍ଷକ, ସହ ପ୍ରଶିକ୍ଷକ, ମୂଖ୍ୟ ପରୀକ୍ଷକ ଏବଂ ନୋଡାଲ କେନ୍ଦ୍ରର ସମସ୍ତ କର୍ମଚାରୀ ଏକ ନିରବ ପ୍ରାର୍ଥନା ସହ ଶୋକସଭା ର ଆୟୋଜନ କରିଥିଲେ। ଏହି ଲୋକସଭାରେ ଗଣିତ ଓ ଇଂରାଜୀ ବିଭାଗର ଦୁଇ ମୂଖ୍ୟ ପରୀକ୍ଷକ ଉପେନ୍ଦ୍ର ନାଥ ଶିୟ, ଗାୟତ୍ରୀ ପଣ୍ଡା ଏବଂ ଶିକ୍ଷକ କାଳୀଚରଣ ପରିଡ଼ା, ସନ୍ତୋଷ କୁମାର ସ୍ବାଇଁ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ରହି ସ୍ଵର୍ଗତ କାଳୀଚରଣ ପ୍ରଧାନଙ୍କ ସ୍ମୃତି ଚାରଣ କରିବା ସହିତ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଥିଲେ।

Leave A Reply

Your email address will not be published.