ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟ ରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଗାଇସିଲେଟ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ଯୋଗଦାନ କରିଥିଲେ I ଦ୍ବିତୀୟ ବର୍ଷ ଏବଂ ପ୍ରଥମର ଛାତ୍ରଛତ୍ରୀ ବୃନ୍ଦ ଶେଷ ବର୍ଷ ର ଛାତ୍ର ଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବିଭାଗର ମୁଖ୍ୟ ଡ. ସରୋଜ କୁମାର ନାଏକ ସଭାର ଭଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରାଧ୍ୟାପିକା ପୂର୍ଣିମା ଦୋରା, ଅଧ୍ୟାପକ ଜୟ କୁମାର ହୁଏ ଅଧ୍ୟାପିକା ସୁରେଶ୍ବରୀ ପାଣ୍ଡେ ସଭାରେ ବକ୍ତବ୍ୟ ପ୍ରଦାନ କରି ଥିଲେ । ଛାତ୍ର କିରଣ କୁମାର ବାଗ ଧନ୍ୟବାଦ ଜ୍ଞାପନ କରି ଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦାନ କରି ସଭାକୁ ସଫଳ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post