ରାଉରକେଲା(ବସନ୍ତ କୁମାର ଜେନା): ସ୍ଥାନୀୟ ଭଞ୍ଜଭଵନ ଠାରେ ତିନି ଦିନିଆ ଜାତୀୟ ଫୁଲ୍ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ ୨୦୨୪ ଆରମ୍ଭ ହୋଇ ଯାଇଛି। ଏହି ଚମ୍ପିୟାନସିପ ର ଆବାହକ ସନ୍ତୋଷ ତନ୍ତୀ ସେନସାଇ ଙ୍କ ଆବାହକତ୍ଵ ତିଳୋତ୍ତମା ମିତ୍ରଙ୍କ ସଂଯୋଜନା, ଅନୁଷ୍ଠାନର ସୁପ୍ରିମ ଜଜ୍ ସେନସାଇ ସୁପ୍ରତିମ ମିତ୍ରଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚମ୍ପିୟାନସିପ ର ଅଧ୍ୟକ୍ଷ ତଥା ପୂର୍ତ୍ତ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ମନୋଜ କୁମାର ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଜାତୀୟ ଉପସଭାପତି କାଜଲ ଦେ, ଜାତୀୟ କୈ।ଶଳ ନିର୍ଦ୍ଦେଶକ ସୋନୁ ପାଣ୍ଡେ ଓ ଜ୍ୟୋତି ମହାନନ୍ଦ ତଥା ଜାତୀୟ ସ୍ତରର ବିଚାରକ ଚନ୍ଦ୍ର ଦେଓ, ପଙ୍କଜ ଗୁପ୍ତା, ବାଳ ସୁବ୍ରମଣ୍ୟମ,ରାଜୁ ଶ୍ରୀବାସ୍ତବ, ବିଶ୍ବଜିତ,ରୂତୁପୂର୍ଣ୍ଣା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ଶ୍ରୀ ମହାନନ୍ଦ,ସଭାପତି ଶ୍ରୀ ମିତ୍ର ସେମାନଙ୍କ ବକ୍ତବ୍ୟରେ ଏଭଳି ଜାତୀୟ ସ୍ତରର କରାଟେ ଚମ୍ପିୟାନସିପ ପାଇଁ ଆବାହକ ଶ୍ରୀ ତନ୍ତୀ ଙ୍କୁ ସାଧୁବାଦ ଦେବା ସହ ଏହା ଦ୍ବାରା ମାନସିକ ଓ ଶାରିରୀକ ଦୃଢ଼ତା ଏବଂ ଆତ୍ମବିଶ୍ବାସ ବୃଦ୍ଧି ରେ ସହାୟକ ହୋଇଥାଏ ବୋଲି ମତ ରଖିଥିଲେ। ଏହି ଚମ୍ପିୟାନସିପରେ କାତା, ବେସିକ୍,କ୍ୟୁମିତେ ଓ ଡେମୋନଷ୍ରେସନ ରେ ଲାଇଟ୍,ମିଡିଲ,ହେବି ୱଟ ଆଦିରେ ପ୍ରତିଯୋଗିତା କରାଯାଇ ଆସନ୍ତା ୩୧ ତାରିଖରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିବେ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି। ଏଥିରେ ୮ ରୁ ୧୦,୧୦ରୁ ୧୨,୧୨ରୁ ୧୬ ବର୍ଷ ବୟସର ଓଡ଼ିଶା ସମେତ ୧୪ଟି ରାଜ୍ୟ ଓ ନେପାଳ ରୁ ପ୍ରାୟ ୨୦୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମ ପରିଚାଳନା ରେ ଲଲାଟେନ୍ଦୁ ସାହୁ,ରୂପା ଭଟ୍ଟ,ନିକୁଞ୍ଜ ବିହାରୀ ନାୟକ, ଅଶୋକ ଶର୍ମା, ଆଲୋକ ସିଂ,ହାପି ତନ୍ତୀ, ରେବତୀ ମହାନନ୍ଦ,ବିଧାନ ଚନ୍ଦ୍ର କୁମ୍ଭାର, ଅରବିନ୍ଦ ସିଂ, ବଳରାମ ତନ୍ତୀ , ରଶ୍ମିତା କିଷାନ, ସଂଗ୍ରାମ ପଟ୍ଟନାୟକ, ଯଶୋଦା ମୁଣ୍ଡା,ଦେବିକା ଭୁମିଜ,ନୀରଞ୍ଜନୀ ମଣ୍ଡଳ, ରଞ୍ଜିତା ଗୁଡିଆ, ଆକାଶ ମୁଣ୍ଡାରୀ,ନୁଆସ ଲୁଗୁନ, ଥୋମାସ ଲୁଗୁନ,ସାଇନ୍ ଲୁଗୁନ,ସୈ।ରଭ ମିଶ୍ର, ଅଶୋକ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post