କାର୍ଯ୍ୟରତ ଗୃହରକ୍ଷୀଙ୍କ ଉପରେ ଚଢ଼ି ଗଲା କାର

0

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ(ଶାସକ ପ୍ରଶାସକ)ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବମ୍ବେଇଛକ ଠାରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା । ଭାରଶ୍ୟାମ ହରାଇ ଗୃହରକ୍ଷୀ ଙ୍କୁ ଧୋକା ଦେଲା କାର, ଗୁରୁତର ହେଲେ ଗୃହରକ୍ଷୀ ଜିବନ ମରଣ ସହିତ କରୁଛନ୍ତି ଲଢେଇ। ସୂଚନା ଅନୁଯାଇ JH 05DK 0638 ନମ୍ବର କାରଟି ଜାତୀୟ ରାଜପଥ ୧୮ ନଂ ବାରିପଦା ପଟୁ ଆସି ଝାରଖଣ୍ଡ ଅଭିମୁଖେ ଯାଉଥିବା ବେଳେ ବମ୍ବେଛକ ବଜାର ଉପରେ ଥିବା ଅର୍ଦ୍ଧ ନିର୍ମିତ ଓଭର ବ୍ରିଜ ତଳେ ଭାରଶ୍ୟାମ ହରେଇ ବମ୍ବେଛକ ବଜାରରେ ରାତି ଡ୍ୟୁଟିରେ ଥିବା ଗୃହରକ୍ଷୀ ଲିଟୁ ମହାନ୍ତଙ୍କୁ ସିଧାସଳଖ ଧକ୍କାଦେବା ପରେ ପାଖରେ ଥିବା ଫଳ ଦୋକାନ ଗୃହ ଭିତରକୁ ପଶିଗଲାଯାଇ ଥିଲା ଗାଡି ଟି। ଫଳରେ ଲିଟୁ ମହାନ୍ତ ଗୁରୁତର ଆହତ ହୋଇ ପ୍ରଥମେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଜୀବନ ସଂକଟାପନ୍ନ ଥିବାରୁ ତାଙ୍କୁ ୧୦୮ ଯୋଗେ ବାରିପଦା ସ୍ଥିତ PRM ମେଡିକାଲ କଲେଜକୁ ପଠାଇ ଦିଆଯାଇ ଥିଲା କିନ୍ତୁ ଅତି ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇ ଥିବା ସୁଚନା ମିଳିଛି। ଅପରପକ୍ଷେ ଦୁର୍ଘଟଣା ଘଟାଇ କାର ଡ୍ରାଇଭର ଓ ଅନ୍ୟ ଜଣେ ଫେରାର ହୋଇଯାଇଥିଲା । ପ୍ରଚୁର ମଦ ପିଇ ଗାଡି ଚଲାଇବା ସହିତ କାର ଭିତରେ ମଦ ବତଲ ସହିତ ଗ୍ଲାସ୍ ଓ ପାଣି ପ୍ରଚୁର ପରିମାଣରେ ସିଗାରେଟ ପଡ଼ି ଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରୀରଖିଛି |

Leave A Reply

Your email address will not be published.