ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ୪ର୍ଥ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ଘାଟିତ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍କୁଲ ଅଫ ଇଂଜିନିରିଂ ଆଣ୍ଡ ଟେକ୍ନୋଲୋଜି କମ୍ପୁଟର ସାଇନ୍ସ ଆଣ୍ଡ ଇଂଜିନିରିଂ ବିଭାଗ ସହଯୋଗରେ ବିଶ୍ୱବିଦ୍ୟାଳୟ ର କେନ୍ଦ୍ରୀୟ କକ୍ଷରେ ଦୁଇଦିନିଆ ୪ର୍ଥ ଆନ୍ତର୍ଜାତିକ ସମ୍ମିଳନୀ “ମେସିନ ଲେର୍ନିଙ୍ଗ , ଆଇଓଟି ଏବଂ ବିଗ ଡାଟା” ସମ୍ପର୍କିତ ଉଦ୍ଘାଟିତ ହୋଇଯାଇଛି / ଏହି ଉଦ୍ଘାଟନୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଆଇ ଆଇ ଟି ଭୁବେନଶ୍ୱରର ନିର୍ଦ୍ଧେଶକ ପ୍ରଫେସର ଶ୍ରୀପଦ କର୍ମଲକର ଯୋଗ ଦେଇ ସମ୍ମିଳନୀର ଶୁଭଉଦ୍ଘାଟନ କରି ବର୍ତମାନ ଯୁଗରେ ଏହାର ଆଵଶ୍ୟକତା ବିଷୟରେ କହିଥିଲେ / ସଂମ୍ମାନୀୟ ଅତିଥି ଭାବେ ୟୁନିଭେର୍ସିଟି ଅଫ ହାଇଦ୍ରାବାଦର ପ୍ରଫେସର ଶିବା କେ ଉଦଘାତା ଯୋଗଦେଇଥିଲେ/ ଅନ୍ୟତମ ସଂମ୍ମାନୀୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ସମ କୁଳାଧିପତି ଏବଂ ସମ୍ମିଳନୀର ସଭାପତି ପ୍ରଫେସର ଡ଼ ଲଳିତ ମୋହନ ପଟ୍ଟନାୟକ ଯୋଗ ଦେଇଥିଲେ /କୁଳପତି ଡ଼ ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗର ଡେପୁଟି ଡିନ ଡ କେ ମୁରଲୀ ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ / ଏହି ସମ୍ମିଳନୀ ରେ ବିଭିନ୍ନ ଗବେଷକଙ୍କ ଦ୍ୱାରା ନିଜର ଗବେଷଣା ଏଥିରେ ଉପସ୍ଥାପନ କରାଯାଇଥିଲା / ଏହି ସମ୍ମିଳନୀ ଉପଲକ୍ଷ୍ୟେ ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ବିଭାଗୀୟ ହାକଥାନର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା / ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ ଏନ.ଭି .ଜଗନ୍ନାଧା ରାଓ, ସ୍କୁଲ ଅଫ ଇଂଜିନିରିଂର ଡିନ ଡ଼ ଏ ବି ଶ୍ରୀନିବାସ ରାଓ ,ପରୀକ୍ଷା ନିୟନ୍ତ୍ରକ ଡ଼ ପି ବିଜୟ କୁମାର, ଅଧ୍ୟାପକ ଏସ ଏନ ଦାସ , ରଘବେନ୍ଦ୍ର କୁମାର, ବିଭାଗର ପ୍ରଫେସର , ଆନ୍ତଜାତିକ ବୈଜ୍ଞାନିକ ପ୍ରକାଶନ ଅନୁଷ୍ଠାନ ସ୍ପିଞ୍ଜର ସାମନମୟ ରେ ଆୟୋଜକ ଆଇଜି ଆଇଟି ସାରଙ୍ଗର ଅଧ୍ୟାପକ ଶ୍ରୀନିବାସ ସେଠି , ଅଧ୍ୟାପକ ,ଅଧ୍ୟାପିକା , ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ / ଏହି ଅବସରରେ ଏକ ସମ୍ମିଳନୀ ପୁସ୍ତିକା ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା /

 

Leave A Reply

Your email address will not be published.