ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବର୍ତ୍ତମାନ ଚାଲିଛି ନିର୍ବାଚନୀ ଋତୁ। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନୀ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ କେ. ସୁରିଆ ରାଓ ଓ ତାଙ୍କ ବହୁ ସଂଖ୍ୟକ କଂଗ୍ରେସର ଲୋକ ପ୍ରତିନିଧି ଆଜି ( ଶନିବାର ଦିନ ) ଭୁବନେଶ୍ୱର ଠାରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।
କେ.ସୁରିଆ ରାଓ ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳୀରୁ ୨୦୧୪ ମସିହାରେ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ତରଫରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଜୟ ଲାଭ କରିଥିଲେ। ପରବର୍ତ୍ତୀ ନିର୍ବାଚନ ୨୦୧୯ ରେ ସେ କଂଗ୍ରେସ ଦଳ ତରଫରୁ ଟିକେଟ ପାଇଥିଲେ ମଧ୍ୟ ପରାଜୟ ହୋଇଥିଲେ। ଆଜି ସେ ବିଜେଡିରେ ଯୋଗଦାନ ଦେବା ପରେ ଗଜପତି ଜିଲ୍ଲାରେ ରେ ଏକ ରାଜନୀତିକ ହଲଚଲ ଦେଖାଦେଇଛି। ବିଜେଡି ଦଳରେ ଆଶାୟୀଙ୍କ ସଂଖ୍ୟା ଅନେକ ଥିବା ବେଳେ ବର୍ତ୍ତମାନ ପୂର୍ବତନ ବିଧାୟକଙ୍କ ବିଜେଡିରେ ଯୋଗଦାନ ଗଜପତି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଶାୟୀଙ୍କ ସଂଖ୍ୟା ଅନେକ ଥିବା ବର୍ତ୍ତମାନ ଆଉ ଏକ ନୂଆ ଆଶାୟୀ ଭାବେ ଉଭା ହେଲେ କେ.ସୁରିଆ ରାଓ। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହା ଉପରେ ନିଜର ଆସ୍ଥା ପ୍ରକୋଟ କରୁଛନ୍ତି ଓ ବିଜେଡି ର ପ୍ରତିନିଧି ଭାବେ କାହାକୁ ବାଛିବେ ତାହା ଟିକେଟ ଘୋଷଣା ପରେ ଜଣାପଡ଼ିବ।
Sign in
Sign in
Recover your password.
A password will be e-mailed to you.