କେ.ସି.ପବ୍ଲିକ୍ ସ୍କୁଲର ୫ମ ବାର୍ଷିକୀ ଓ ପୁରସ୍କାର ବିତରଣ ଉତ୍ସବ।

0

(ଶାସକ ପ୍ରଶାସକ/ ଖଲିକୋଟ ରୁ ଶିବରାମ ଜେନା) : ଖଲିକୋଟ ସ୍ଥାନୀୟ ଯୁବରାଜ ବଙ୍ଗଳା ସ୍ଥିତ କେ.ସି. ପବ୍ଲିକ୍ ସ୍କୁଲ ପରିସରରେ ବିଦ୍ୟାଳୟ ର ୫ମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ଏ ଅବସରରେ କେ. ସି. ପବ୍ଲିକ୍ ସ୍କୁଲ, ବ୍ରହ୍ମପୁର ର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି କେସିଆନସ୍ ଡେ (KCIANSDAY ) ଉତ୍ସବ ର ଉଦ୍ଘାଟନ କରିଥିବା ବେଳେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀଧର ମହାରଣା ସଭାପତିତ୍ବ କରିଥିଲେ । ଏସଂକ୍ରାନ୍ତରେ ଉଦଘାଟକ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମିଶ୍ର, ଅନୁଷ୍ଠାନ ର ପାଠପଢ଼ା, ବ୍ୟତୀତ କ୍ରୀଡା, ସଙ୍ଗୀତ, ତଥା ଭାରତୀୟ ସଂସ୍କୃତି ଅନୁମୋଦିତ ପାଠ୍ୟକ୍ରମ କୁ ନେଇ ଭବିଷ୍ୟତ ରେ ସି ଵିଏସିଇ ସହ ଅନୁବନ୍ଧିତ ହୋଇ ଏହାକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ରେ ପରିଣତ କରିବା ସଙ୍ଗେ ସଙ୍ଗେ ବର୍ତ୍ତମାନ ପରିସ୍ଥିତି କୁ ଖାପଖୁଆଇ ଚଳିବାକୁ ହେଲେ ଯୁଗପୋଯୋଗୀ ଶିକ୍ଷା ର ଆବଶ୍ୟକତା ଅଛି ବୋଲି ଭାଷଣ ମାଧ୍ୟମରେ ନିଜର ମତ ପୋଷଣ କରିଥିଲେ ଏବଂ ଖୁବଶିଘ୍ର ଏହାକୁ କାର୍ଯ୍ୟକାରୀ କରା ଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି।
ଵିଦ୍ୟା ଳୟର ନର୍ସରୀ,ଏଲ୍ କେ ଜି ,ୟୁକେଜି ଠାରୁ ଆରମ୍ଭ କରି ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ କେଡେର ପ୍ରକାରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ରେ ବିଜୟୀ ହୋଇଥିଲେ, ସେମାନଙ୍କୁ ପୁରସ୍କାର ଓ ମାନ୍ୟତା ପତ୍ର ପ୍ରଦାନ କରାଯାଇଥିଲା। ଅଭିଭାବକ ଓ ଦର୍ଶକଙ୍କୁ ଆକର୍ଷିତ କରିଥିଲା କୁନି କୁନି ପିଲାମାନଙ୍କୁ ନେଇ ପରିବେଷିତ ହୋଇଥିବା ନୃତ୍ୟ ଗୀତ ପୁଣି ତାସାଙ୍ଗକୁ ଉଚ୍ଚଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରଦର୍ଶିତ ବିଭିନ୍ନ ପ୍ରକାରର କଳା । ଏ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ଆଜିର ଏ ସମାବେଶରେ ଉକ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ କାର୍ଯ୍ୟରତ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏମାନଙ୍କ ସମେତ ଅନ୍ୟମାନେ ହେଲେ ଶିକ୍ଷୟିତ୍ରୀ ଶ୍ରୀ ମତୀ ପୁଷ୍ପା ରାଣୀ ବିଶ୍ଵାଳ, ଅବନ୍ତି ସାହୁ, ନର୍ମଦା ସ୍ବାଇଁ, ମଣିପ୍ରସାଦ ସାମନ୍ତ , ଶୁଭ୍ରାଂଶୁ ମହାନ୍ତି, ପ୍ରିୟଦର୍ଶିନୀ ଜେନା, ପୂର୍ଣ୍ଣିମା ମିଶ୍ର, ମାମି ଗଉଡ, ସୋନାଲି ମହାରଣା,ସନ୍ଦୀପା ପ୍ରିୟଦର୍ଶିନୀ ସାହୁ, ସୋନାଲି ମହାପାତ୍ର, ପବିତ୍ର ମୋହନ ବିଷୋୟୀ, ଶୁଭ୍ରାଂଶୁ ଶତପଥୀ, ରଞ୍ଜିତ କୁମାର ସ୍ଵାଇଁ, ବିଜୟଲକ୍ଷ୍ମୀ ବିଷୋୟୀ, ଅଶ୍ଵିନୀ ସାହୁ, ସିମାଦ୍ରି ରାଓ , ରବିନ୍ଦ୍ର ପ୍ରଧାନ, ଜ୍ୟୋତି ରାଜ ସ୍ବାଇଁ ଓ ମନୀପ୍ରସାଦ ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସମସ୍ତେ ଏକତ୍ରିତ ହୋଇ ଜାତୀୟ ସଙ୍ଗୀତ ବୋଲି ଆଜିର କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେଇ ଥିବା ବେଳେ ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.