ରାଉରକେଲା(ବସନ୍ତ କୁମାର ଜେନା):ସାମାଜିକ ମହିଳା ଅନୁଷ୍ଠାନ ଗରିମା ପରିବାର ତରଫରୁ ଷଷ୍ଠ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ମାସ ୨ତାରିଖ ଦିନ ସନ୍ଧ୍ୟା ୬ଟା ସମୟରେ ଭଞ୍ଜଭଵନ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏନେଇ ସେକ୍ଟର ୨ ସାହାନାଇ ମଣ୍ଡପ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷା, ସଭାପତି ଓ ସାଂସ୍କୃତିକ ସମ୍ପାଦିକା ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଯେ ଗରିମା ପରିବାର ବିଗତ ୬ ବର୍ଷ ଧରି ଉତ୍କଳ ଦିବସ ପାଳନ କରିଆସୁଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଏନ୍ଆଇଟି ର ପ୍ରଧ୍ୟାପିକା ଶୁଚିସ୍ମିତା ଚିନ୍ନାରା, ସମାଜସେବୀ ମଞ୍ଜୁଦେବୀ ବାଗାଡିଆ, ନିମନ୍ତ୍ରିତ ଅତିଥି ଭାବେ ଓଲିଉଡ଼ ଅଭିନେତ୍ରୀ ଇପ୍ସିତା ଦାସ ପ୍ରମୁଖ ଯୋଗଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି। ଏହି ଅବସରରେ ସମ୍ପୁର୍ଣ୍ଣ ଓଡ଼ିଆ କଳା ସଂସ୍କୃତି ଓ ନାରୀ ସଶକ୍ତିକରଣ ଆଧାରିତ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗୋମତୀ ନାୟକ,ସୁରେଖା ଘାସି ଓ ବନ୍ଦନା ଟ୍ରିବ୍ରେୱଲ ଙ୍କୁ ସମ୍ମାନିତ କରାଯିବ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ, ନୃତ୍ୟ, ସଂଗୀତ ବ୍ୟତୀତ ରାମାୟଣ ରେ ଥିବା ନାରୀ ଚରିତ୍ର କୁ ନେଇ ଯୁଗେ ଯୁଗେ ନାରୀ ଓ ଅନୁସୂଚିତ ଜାତି ପିନ୍ଧୁଥିବା ଅଳଙ୍କାର କୁ ପରିଧାନ କରି ସଦସ୍ୟା ମାନେ ରାମ୍ପ ସୋ କରିବେ। ଏହା ସହିତ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୃଷ୍ଟପୋଷକ ଶଙ୍କର ଜେନା ଙ୍କ ସହ ଅଧ୍ୟକ୍ଷା ନିହାରିକା ବସ୍ତିଆ, ସଭାପତି ମମତା ନାୟକ , ସମ୍ପାଦିକା ଡ ସରିତା ମଲ୍ଲ, ସଂଯୋଜକ ସୁମିତା ମହାନ୍ତି ପ୍ରମୁଖ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲୀନା ତ୍ରିପାଠୀ, ଶାନ୍ତିଲତା ବାରିକ,ଶଙ୍ଖରିନା ପ୍ରଧାନ, ପ୍ରଣତୀ ଜେନା, ସସ୍ମିତା ମିଶ୍ର, ମୀନତି ମୋଦୀ, ତପସ୍ୱିନୀ ପାତ୍ର, ମମତା ଦାସ, ସନ୍ତୋଷୀ ମଲ୍ଲିକ,ସୁନିତା ଶ୍ରୀନିବାସନ, ରଶ୍ମିତା ଚୈ।ଧୁରୀ, ଦେବସ୍ମିତା ଶତପଥୀ,ଲୁସି ଦାଶ, ଶର୍ମିଲା ରାଜଗୁରୁ, ସବିତା ମହାପାତ୍ର, ରଶ୍ମି ନାୟକ, ତପସ୍ୱିନୀ ପାତ୍ର,ଶୁଭଲକ୍ଷ୍ମୀ ପାତ୍ର, ମୋନାଲିସା ସାହୁ, ମୋନାଲିସା ଗୈାଡ, ରେବତୀ ବାରିକ, ମୀନାକ୍ଷୀ ପାଢ଼ୀ,ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପ ସଭାପତି ପ୍ରଣତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.