ସେବା ସର୍ବୋପରି : ଅସମୟରେ ଲୋକଙ୍କ ପାଇଁ ଆଗକୁ ବାହାରିଲେ ରୁଦ୍ର

0

ଭୁବନେଶ୍ୱର : ଦିନକୁ ଦିନ ବଢୁଥିବା ଖରା ଯୋଗୁ ଏବେ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ଅତ୍ୟଧିକ ରକ୍ତର ଅଭାବ ଦେଖା ଯାଉଥିବାରୁ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ନିଜର ଜୟ ଓଡ଼ିଶା ସଂଗଠନ ଦ୍ୱାରା ଏକ ପାଞ୍ଚ ଦିନିଆ ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଯାହା ମାର୍ଚ୍ଚ ୨୭ ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ତିନିଦିନ ଧରି ଅନେକ ବ୍ୟକ୍ତି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଥିବା ବେଳେ କ୍ରମାଗତ ଭାବେ ପ୍ରଥମ ଦିନରେ 40 ୟୁନିଟ୍, ଦ୍ଵିତୀୟ ଦିନରେ 60 ୟୁନିଟ୍ ଏବଂ ଆଜି ତୃତୀୟ ଦିନରେ 50 ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଓ ନିର୍ବାଚନୀ କାର୍ଯ୍ୟ ମଧ୍ୟରେ ସମାଜସେବା କୁ ଭୁଲି ଯାଇ ନଥିବା ରୁଦ୍ର ସାମନ୍ତରାୟ ବା ପ୍ରିୟ ରୁଦ୍ର ଭାଇ ଙ୍କର ମାନବିକତା ସମସ୍ତଙ୍କ ମନକୁ ଛୁଇଁ ପାରିଛି।

ସେହିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀ ନବୀନ ପଟନାୟକଙ୍କ ନୀତି ଆଦର୍ଶରେ ପ୍ରେରିତ ରୁଦ୍ର ଭାଇ ସବୁବେଳେ ନିଜକୁ ଜନସାଧାରଣଙ୍କ ସହ ଜଡିତ ରଖିବାକୁ ପସନ୍ଦ କରିଥାନ୍ତି।ଏଣୁ ପ୍ରତିଦିନ ଭୁବନେଶ୍ବର ମଧ୍ଯ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସହିତ ମିଶିବା ସହ ସେମାନଙ୍କର ସୁବିଧା ଅସୁବିଧା ବୁଝୁଛନ୍ତି ଓ ସରକାରଙ୍କର ଯୋଜନା ବିଷୟରେ ଅବଗତ କରାଉଛନ୍ତି।ସେମାନଙ୍କୁ ପବିତ୍ର ତୁଳସୀ ପ୍ରଦାନ କରି ଆଶୀର୍ବାଦ ଗ୍ରହଣ କରିବା ସହ ଏକ ସୁସମ୍ପର୍କର ସ୍ଥାପନା କରୁଛନ୍ତି। ଆଜି ମଧ୍ୟ 33ନଂ ଓ 29ନଂ ୱାର୍ଡର କିଛି ବାସିନ୍ଦାଙ୍କୁ ଭେଟି ତାଙ୍କର ଭଲମନ୍ଦ ବୁଝିଥିଲେ। ‘ସମ୍ପର୍କ ହିଁ ସମ୍ପଦ’ ଏହି ଲକ୍ଷ୍ୟରେ ଏବେପର୍ଯ୍ୟନ୍ତ ପ୍ରାୟ ୫୦୦ ଟି ତୁଳସୀ ଚାରା ବଣ୍ଟନ କରି ଲୋକ ମାନଙ୍କ ସହ ବ୍ୟକ୍ତିଗତ ଭାବେ ଯୋଡି ହୋଇପାରିଛନ୍ତି ଓ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି।

Leave A Reply

Your email address will not be published.