ସୁସ୍ଥ ଓ ସକାରାତ୍ମକ ସମାଜ ଗଠନରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ – ଅରୁଣ

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସମଗ୍ର ବିଶ୍ୱରେ ନାଟକର ମହତ୍ତ୍ଵକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଏଥିପ୍ରତି ଆଗ୍ରହ ସୃଷ୍ଟିକରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ପାଳିତ ହେଉଛି ବିଶ୍ୱ ନାଟ୍ୟ ଦିବସ। ଏହି ଉପଲକ୍ଷେ ନୟାଗଡର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଂଚାୟନ ତରଫରୁ ନ୍ୟୁ ଜନତା କଂପ୍ଳେକ୍ସ ପରିସରରେ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ. ଅରୁଣ କୁମାର ସାହୁ ଯୋଗଦେଇ ନାଟକ କେବଳ ମନୋରଂଜନ ପାଇଁ ନୁହେଁ ବରଂ ସୁସ୍ଥ ତଥା ସକାରାତ୍ମକ ସମାଜ ଗଠନରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ। କମ୍ ସଂଖ୍ୟକ କଳାକାର, ନାଟ୍ୟକର୍ମୀ ଓ ଦର୍ଶକ ବହୁସଂଖ୍ୟକଙ୍କୁ ପ୍ରଭାବିତ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ମଂଚାୟନର ଉପ ସଭାପତି ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନାଟ୍ୟ ଦିବସ ସମାରୋହରେ ସଂସ୍କୃତି ପୁରୁଷ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ମୁଖ୍ୟବକ୍ତା ଭାବେ ଏବଂ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଭଗବତୀ ଚରଣ ପଟ୍ଟନାୟକ, ଓଡ଼ିଶାର ଖ୍ୟାତନାମା ଅଭିନେତା ଓ ନିର୍ଦ୍ଦେଶକ ପବିତ୍ର କୁମାର ମହାନ୍ତି, ନାଟ୍ୟକାର ବସିରନ୍ ବିବି ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ନିଳୀମା ନନ୍ଦ ଓ ଗୋପୀନାଥ ସେଠୀଙ୍କ ସଂଯୋଜନାରେ ପ୍ରଥମେ ଯୁବ କଳାକାରମାନଙ୍କ ଦ୍ୱାରା ଏକକ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଗୋଦାବରୀଶ ମିଶ୍ର, ଦେବେନ୍ଦ୍ର ପରମ ଗୁରୁ, ସ୍ବୈ।ଦାମିନୀ ସ୍ୱାଇଁ ଯୋଗଦେଇଥିଲେ ।ପ୍ରତିଯୋଗିତାରେ ବିଦ୍ୟା ବିଜିତା ମହାନ୍ତି , ଅନନ୍ୟା ଅଭିଲିପ୍ସା , ଶୁଭାଶିଷ ଦାଶ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିବା ସହ ପୁରସ୍କୃତ ହୋଇଥିଲେ। ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀର ସାଧାରଣ ପରିଷଦ ସଦସ୍ୟ ଭାବେ ମନୋନୀତ ହୋଇଥିବା ଖ୍ୟାତନାମା କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର ଏବଂ ବିଶିଷ୍ଟ ନାଟକ ନିର୍ଦ୍ଦେଶକ ପରମାନନ୍ଦ ପ୍ରଧାନଙ୍କୁ ଉପଢୌକନ, ମାନପତ୍ର ସହ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଇଣ୍ଡିଆନ ଡ୍ୟାନ୍ସ ଏକାଡେମୀର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଦୂରଦର୍ଶନ କଳାକାର ବିଶ୍ୱନାଥ ପ୍ରଧାନଙ୍କ ସୁଲଳିତ ସ୍ବରରେ ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ଛାନ୍ଦ ତଥା ଚଉପଦୀ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ପ୍ରଶାନ୍ତ ସାମନ୍ତରାୟ, ରଶ୍ମି ରଂଜନ ଜେନା, ସଂଘମିତ୍ରା ସ୍ୱାଇଁ , ଜ୍ୟୋସ୍ନାମୟୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଅଭିଭାଷଣ ଓ ସହ ସଂପାଦକ ଜ୍ଞାନ ପ୍ରକାଶ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରାବରୀ ପରମଗୁରୁ, ନିଳୀମା ନନ୍ଦ,ନିଧିବାବନ ଜେନା ଓ ଦେବେନ୍ଦ୍ର ପରମଗୁରୁ କ୍ଷୁଦ୍ର ନାଟକ ନିଃଶବ୍ଦ ଅଭିମାନ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.