“ଦୋଳ ଉତ୍ସବ” ଉଦଯାପିତ : ମୁଖ୍ୟ ଆକର୍ଷଣ ଥିଲା କୁନିକୁନି ପିଲାଙ୍କ ରାଧାକୃଷ୍ଣ ବେଶ

0

 https://youtu.be/SHgkVNvxLEc

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟି ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବ ଉଦଯାପିତ ହୋଇଯାଇଛି।
ଉଦଯାପନୀ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କୁନିକୁନି ପିଲାଙ୍କ ରାଧାକୃଷ୍ଣ ବେଶ ପ୍ରତିଯୋଗିତା। ଉକ୍ତ ପ୍ରତିଯୋଗିତାରେ ୫୦ ଜଣରୁ ଉର୍ଦ୍ଧ୍ବ କୁନିକୁନି ପିଲାମାନେ ରାଧାକୃଷ୍ଣ ବେଶରେ ଅଂଶ ଗ୍ରହଣ କରିଥିଲେ।
କୃଷ୍ଣ ବେଶ ପ୍ରତିଯୋଗିତାରେ ଆରାଧ୍ୟ ପାଢ଼ୀ ପ୍ରଥମ ହୋଇଥିବା ବେଳେ ରାଧା ବେଶରେ ସୁଶ୍ରୀତା ସାହୁ ପ୍ରଥମ ସ୍ଥାନ ଅଧିକାର କରି ଅତିଥିଙ୍କ ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ରାଧାକୃଷ୍ଣ ପ୍ରତିଯୋଗିତାରେ ଶ୍ରୀମତୀ ଡି.ପ୍ରିୟଙ୍କା ଓ ଶ୍ରୀମତୀ ବିଷ୍ଣୁପ୍ରିୟା ଜେନା ବିଚାରକ ଭାବେ ରହିଥିଲେ।
ଦୋଳ ଉତ୍ସବର ଉଦଯାପନୀ ସଂଧ୍ୟାରେ ଅତିଥି ଭାବେ ଭାରତ ଭୂଷଣ ମହାନ୍ତି , ଶୁଭେନ୍ଦୁ ମୋହନ ସେନାପତି , ବିନୋଦ ଚନ୍ଦ୍ର ଜେନା , ବିଚିତ୍ରାନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ।
ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ସନ୍ଧ୍ୟାରେ ଅରୁପାଞ୍ଜଳୀ ମହାନ୍ତିଙ୍କ ସଂଯୋଜନାରେ ପାରଳାର ଅଗ୍ରଣୀ ଓଡିଶୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ନୃତ୍ୟଶିଳ୍ପୀ ମାନେ ଓଡିଶୀ , ସମ୍ବଲପୁରୀ ଓ ଦଳଗତ ନୃତ୍ୟ ପରିବେଷଣ କରିଥିଲେ।

Leave A Reply

Your email address will not be published.