ନବରଙ୍ଗପୁର ୨୮.୩. ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ସହର ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ତ୍ରିଧାରା ନାଟ୍ୟ ସଂଘ ଦ୍ଵାରା ବିଶ୍ଵ ନାଟ୍ୟ ଦିବସ -୨୦୨୪ ବଡ ଉତ୍ସାହ ସହକାରେ ପାଳନ ହୋଇ ଯାଇଛି। ନାଟ୍ୟ ସଂଘ ସଂପାଦକ ନାଟ୍ୟକାର ଜଗନ୍ନାଥ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକର ପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦ ଙ୍କ ଦ୍ଵାରା ଗଜାନନ ଙ୍କ ମୂର୍ତ୍ତୀ ନିକଟରେ ପୂଜାର୍ଚ୍ଚନା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ମୁଖ୍ୟ ଅତିଥି ରୂପେ ଓଡ଼ିଶା ରାଜସ୍ୱ ଅମଲା ସଂଘ ର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଯୋଗଦାନ ପୂର୍ବକ କହିଥିଲେ ଯେ କଳାକାର ବଞ୍ଚିଥିବା ଯାଏ ମଞ୍ଚ ବଞ୍ଚି ରହିଥିବ। ମଞ୍ଚ ଓ କଳାକାର ପରସ୍ପର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। କେବେ ବି ଦୁହେଁ ଅଲଗା ହୋଇ ପାରିବେ ନାହିଁ। କେବଳ ମଞ୍ଚ ରେ ନିଖୁଣ ଅଭିନୟ ପ୍ରଦର୍ଶନ କରିଦେଲେ ଜଣେ ସଫଳ କଳାକାର ହୋଇପାରିବ ନାହିଁ, ବରଂ ଯଦି ଜଣେ ସଫଳ କଳାକାର ହେବାକୁ ହେଲେ ନିଜ ଅଭିନୟ ସହିତ ସାଥି କଳାକାର ଏବଂ ନାଟକ ସହିତ ନାଟକର ଆନୁସଙ୍ଗିକ ବ୍ୟବସ୍ଥା ସହିତ ଓତଃପ୍ରୋତ ଭାବେ ଜଡିତ ହେଲେ ହିଁ ଗୋଟିଏ ନାଟକ ସଫଳ ହେବ ବୋଲି ମତବ୍ୟକ୍ତ କରିଥିଲେ l ଆଲୋଚକ ଏବଂ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଦିଲ୍ଲୀପ ହୋତା ଉପସ୍ଥିତ ରହି ଏକ ସଫଳ କଳାକାର ର ବହୁ ମୁଖି ପ୍ରତିଭା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ନାଟ୍ୟକାର ଗୋକୁଳ ଖାଡଙ୍ଗା ଅନ୍ୟତମ ଆଲୋଚକ ଭାବେ ମଞ୍ଚାସିନ ହୋଇ ମଞ୍ଚ କୁ ଯୁବ କଳାକାର ଙ୍କ ଆବଶ୍ୟକତା ଉପରେ ଆଲୋଚନା ପୂର୍ବକ ଧ୍ୟାନ ଆକର୍ଷଣ କରିଥିଲେ l ଅନ୍ୟତମ ବରିଷ୍ଠ ମଞ୍ଚ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁରେଶ ମହାନ୍ତି ତାଙ୍କ ଆଲୋଚନା ରେ କଳାକାର ହେଉଛନ୍ତି ଶାନ୍ତିର ପ୍ରତୀକ । ଶାନ୍ତି ରଖିବାରେ କଳାକାର ମୁଖ୍ୟ ଭୂମିକା ନିର୍ବାହ କରିଥାଏ ବୋଲି କହିଥିଲେ। କଣ୍ଠଶିଳ୍ପୀ ମନୋଜ ମହାରଣା,ଆକାଶବାଣୀ ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ସୁରେଶ ମିଶ୍ର ,ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଲକ୍ଷ୍ମୀ ସିଂ, ପ୍ରଭାସିନୀ ମହାନ୍ତି, ଜିଲ୍ଲା ଜରୁରୀକାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ ପ୍ରମୁଖ ମଞ୍ଚ ଏବଂ ମଞ୍ଚ ନାଟକ କୁ ବଞ୍ଚାଇ ରଖିବା ପାଇଁ ଅନେକ ଉପାଦେୟ ବାର୍ତ୍ତା ରଖିବା ସହିତ ନିୟମିତ ଅଭ୍ୟାସ ସହ ଯୁବବର୍ଗ ଙ୍କୁ ସାମିଲ କରିବା ପାଇଁ ଗୁରୁତ୍ଵାରୋପ କରିଥିଲେ। ଅଭିନେତ୍ରୀ ପ୍ରକାଶିନି ଚୌଧୁରୀ ଙ୍କ ଏକକ ଅଭିନୟ ସଭାସ୍ଥଳ କୁ ସ୍ତବ୍ଧ କରିଦେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗା ପାଢି ,ରଘୁନାଥ ରଥ, ନିରଞ୍ଜନ ବିଶ୍ୱାଳ, ସଂଜିବ ସିଂ, ଟେଲି ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ, ରିତେଶ ପୂଜାରୀ, ରାମକୃଷ୍ଣ ପାତ୍ର, ହିମାଂଶୁ ସିଂ, ନାରାୟଣ ମିଶ୍ର , ମିନି ପାଢ଼ୀ ସହିତ ଅନେକ କଳାକାର ଏକତ୍ରିତ ହୋଇଥିଲେ । ଦେବି ପ୍ରସାଦ ତ୍ରିପାଠୀ ମଞ୍ଚ ପରି ଚାଳନା କରିଥିବା ବେଳେ ଶିବ ଶଙ୍କର ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.