ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଆଜି ଏକ ବିଶାଳ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ପୁରୀ ସାଂସଦ ପାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପ୍ରାର୍ଥ ଡ. ଅରୁଣ କୁମାର ସାହୁ ଯୋଗଦେଇ ଡବଲ ଶଙ୍ଖ ପାଇଁ ଆହ୍ୱାନ ଦେଇଥିଲେ।ରାଜନୀତି ସହ ସେବା ମୋ ଜୀବନର ଲକ୍ଷ୍ୟ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ। କରେନା ମହାମାରୀ ସମୟରୁ ଓଡ଼ିଶା ମୋ ପରିବାର ସେବା ପାଇଁ ବଳିଷ୍ଠ ଉଦ୍ୟମ ବୋଲି କହିଥିଲେ। ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି। ବିଜୁ ଜନତା ଦଳ ଖରା, ବର୍ଷା, ଶୀତ କାକରରେ ଲଢେଇ କରିବାର ସାମର୍ଥ ରହିଛି ବୋଲି ନୟାଗଡ଼ ବିଧାୟକ ଡ. ସାହୁ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନୟାଗଡ଼ ପ୍ରତି ରହିଛି।ସବୁବେଳେ ବିକାଶକୁ ଗୁରୁତ୍ବ ଦେଇଛନ୍ତି। ବିଜୁ ଜନତା ଦଳର ସ୍ଵାଭିମାନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଦଳ କଥା ପଡ଼ିଲେ ଆମ କର୍ମୀ ସବୁ ମାନ ଅଭିମାନକୁ ଆଗକୁ ଚାଲି ଆସନ୍ତି । ନୟାଗଡ଼ ମାଟି ମୋ ପାଇଁ ଜୀବନ ମାଟି ବୋଲି କହିଛନ୍ତି। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା। କ୍ରୀଡା ଭିତ୍ତିଭୂମି ଉନ୍ନତୀ କରଣ ମୁଖ୍ୟମନ୍ତ୍ରୀ ଭିନ୍ନ ପରିକଳ୍ପନା ବୋଲି କହିଥିଲେ। ବିରୋଧୀ ଅଣୁବିକ୍ଷଣ ଯତ୍ନରେ ଦେଖାଯିବେ ନାହିଁ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ନେତ୍ରୀ ଇରାନୀ ରାୟ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ବିରଜା ଲକ୍ଷ୍ମୀ ସାହୁ, ବ୍ଳକ ବିଜେଡି ସଭାପତି ଅଜିତ ପ୍ରସାଦ ସାହୁ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ମହିଳା ନେତ୍ରୀ ମାଳତୀ ଗୁରୁ, ପ୍ରଭାସିନୀ ନନ୍ଦ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ଆଶିଷ ଅଗ୍ରୱାଲ, ସରୋଜ ରଣସିଂ, ସୁବାଷ କଅଁର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।ଲକ୍ଷ୍ମୀପ୍ରସାଦ ପଞ୍ଚାୟତ, ନୟାଗଡ଼ ପୌର ପରିଷଦର ୪ଶହ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ପ୍ରତ୍ୟେକ ପଞ୍ଚାୟତରୁ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ,ସ୍ଥାନୀୟ ନେତୃମଣ୍ଡଳୀ ପ୍ରମୁଖ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post