ଆନ୍ଧ୍ର ରୁ ଅଯୋଧ୍ୟା ପଦ ଯାତ୍ରା ରେ ସ୍ଵାମୀ ରାମାନୁଜ ଜି

0

 ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୦୩/୨୪ ଆନ୍ଧ୍ର ପ୍ରଦେଶ ର କ୍ରିଷ୍ଣା ପରମ ଆଶ୍ରମ ରୁ ବ୍ରହ୍ମଚାରୀ ସ୍ଵାମୀ ରାମାନୁଜ ଜି ତାଙ୍କ ୧୩ ଜଣ ସହକର୍ମୀ ଙ୍କ ସହ ଅଯୋଧ୍ୟା ଅଭିମୁଖେ ପଦ ଯାତ୍ରା ରେ ବାହାରିଛନ୍ତି। ଆଜି ଆନ୍ଧ୍ର ପ୍ରଦେଶ ରୁ ବାହାରିଥିବା ସ୍ଵାମୀ ରାମାନୁଜ ଜି ଓ ତାଙ୍କ ସହକର୍ମୀ ମାନଙ୍କୁ ଡାବୁଗାଁ ପହଞ୍ଚିବା ପରେ ବିଶ୍ଵ ହିନ୍ଦୁ ପରିଷଦ ଓ ଆର ଏସ ଏସ ତରଫରୁ ଭବ୍ୟ ସ୍ଵାଗତ କରାଯାଇଥିଲା। ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ମଠ ମନ୍ଦିର ପ୍ରମୁଖ ଭଗବାନ ମହାନ୍ତି ସ୍ଵାମୀ ରାମାନୁଜ ଜି ଙ୍କୁ ସ୍ଵାଗତ କରିବା ପରେ ଡାବୁଗାଁ ରେଭିନ୍ୟୁ ସାହିରେ ରହୁଥିବା ସପନ ଦେ ଙ୍କ ଘରେ ଆତିଥ୍ୟ ପ୍ରଦାନ କରାଯାଇଥିଲା। ସ୍ଵାମୀ ରାମାନୁଜ ଜି ପ୍ରଭୁ ଶ୍ରୀ ରାମ ଙ୍କ ଭବ୍ୟ ରାମ ମନ୍ଦିର ଦର୍ଶନ ନିମନ୍ତେ ଚଳିତ ମାର୍ଚ୍ଚ ମାସ ୧୬ ତାରିଖରୁ ଆନ୍ଧ୍ର ପ୍ରଦେଶ , କ୍ରିଷ୍ଣା ପରମ ର ପାଗଲ ପାଟ୍ଟି ଗୁରୁଦେବ ଆଶ୍ରମ ରୁ ୧୩ ଜଣ ସହଯୋଗୀ ଙ୍କ ସହ ପଦ ଯାତ୍ରାରେ ବାହାରିଛନ୍ତି। ଓଡିଶା ର ଜଲାପୁଟ, ଲମତାପୁଟ, ଜୟପୁର, ନବରଙ୍ଗପୁର ଦେଇ ଆଜି ଅପରାହ୍ନରେ ଡାବୁଗାଁ ପହଞ୍ଚିଥିଲେ।ସ୍ଵାମୀ ରାମାନୁଜ ଜି ଦିନ କୁ ୪୫ କିମି ପଦ ଯାତ୍ରା କରୁଥିବା ବେଳେ ୩୦ ରୁ ୩୫ ଦିନ ମଧ୍ୟରେ ଅଯୋଧ୍ୟା ପହଞ୍ଚିବା ନେଇ ଲକ୍ଷ୍ୟ ରଖିଛନ୍ତି। ଆଜି ସନ୍ଧ୍ୟାରେ ଡାବୁଗାଁ ନିକଟ ଝରିଗୁଡ଼ା ରେ ସମସ୍ତେ ରାତ୍ର ବିଶ୍ରାମ ପରେ ଆସନ୍ତାକାଲି ଉମରକୋଟ, ଛତିଶଗଡ ଦେଇ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ଆଜିର ଏହି ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟରେ ଜେ ସୁଧାକର ରାଓ , ଚେନା ବାବୁ ସହ ଅନ୍ୟମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.