ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନିରଞ୍ଜନ ବେହୁରାଙ୍କ ସ୍ମୃତିରେ ‘ସ୍ମୃତି ନିର୍ଝର’ ସ୍ମରଣିକା ଉନ୍ମୋଚନ ଓ ସ୍ମୃତିଚାରଣ ସଭା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା ପଞ୍ଚାୟତ ଗୌଡ଼ବିଶ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଓଡ଼ିଶା କାଜୁ ନିଗମର ପୂର୍ବତନ ପ୍ରବନ୍ଧକ ସର୍ଗତ ନିରଞ୍ଜନ ବେହୁରାଙ୍କ ଦ୍ବାଦଶାହ ଦିବସ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ସାହିତ୍ୟିକ ଫକୀର ଚରଣ ନାୟକଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ସମ୍ମାନୀତ ଅତିଥି ଭାବେ ସମାଜସେବୀ ପ୍ରମୋଦ କୁମାର ସାହୁ, ଜିଦେନ୍ଦ୍ରନାଥ ସାଇଁ,ନିରଞ୍ଜନ ସାଇଁ,ଗୋବିନ୍ଦଚନ୍ଦ୍ର ରାଉତ, ଜଗବନ୍ଧୁ ବେହୁରା, ରବୀନ୍ଦ୍ର ଜେନା, ପୁତ୍ର ସମୀର କୁମାର ବେହୁରା, ତ୍ରିଲୋଚନ ଜେନା, ପ୍ରମୋଦ ସାଇଁ, କମଳାକାନ୍ତ ପ୍ରଧାନ, ଇଂ ରବୀନ୍ଦ୍ରନାଥ ସ୍ପାଇଁ, ପୂର୍ବତନ ସରପଞ୍ଚ ସନ୍ତୋଷ ପାତ୍ର, ଜଟାଧାରୀ ପଣ୍ଡା, ନଗେନ୍ଦ୍ରନାଥ ସାଇଁ, ପ୍ରମୋଦ ବେହୁରା, ପରିବେଶବିତ୍ ପ୍ରମୋଦ ଦାଶ, ସ୍ତମ୍ଭକାର ବିବେକାନନ୍ଦ ଦାସ, ଯୁବନେତା ସୁଶାନ୍ତ ନାୟକ,ସରପଞ୍ଚ ରାକେଶ ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ସର୍ଗୀୟ ବେହୁରାଙ୍କ ବ୍ୟକ୍ତିତ୍ଵ ତଥା କୃତୀତ୍ବ ସମ୍ବନ୍ଧରେ ସୃତିଚାରଣ କରିଥିଲେ l ଏହି ଅବସରରେ ସ୍ୱର୍ଗତ ବେହୁରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରକାଶ ପାଇଥିବା ପୁସ୍ତକ ‘ସ୍ମୃତି ନିର୍ଝର’ ଉନ୍ମୋଚିତ ହୋଇଥିଲା l ପ୍ରାରମ୍ଭରେ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରି ୧ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଶେଷରେ କନିଷ୍ଠ ପୁତ୍ର ଦେବାଶିଷ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ ।