ଭବାନୀପାଟଣା ୨୧ମାର୍ଚ୍ଚ (ଶାସକ ପ୍ରଶାସକ )ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଠେମରା ଗ୍ରାମ ସହ ସହ ମହିଳା ଓ ଗ୍ରାମ ବାସି ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଆସି ଦାବି ପତ୍ର ପ୍ରଦାନ କରିଛନ୍ତି. କାରଣ ଇତି ପୂର୍ବରୁ ୭ତାରିଖ ଫେବୃଆରୀ ରେ ଦାବି ପତ୍ର ଦେଇ ଥିଲେ ଯେ ଠେମରା ଠାରେ ଥିବା ନଦୀ ରୁ ବେଆଇନ ବା ଆଇନ ରେ ହେଲେ ମଧ୍ୟ ନଦୀ ରୁ ବାଲି ଚାଲାନ କୁ ଗ୍ରାମ ବାସି ମହିଳା ଗୋଷ୍ଠୀ ବିରୋଧ କରି ଆସୁଛନ୍ତି. କାରଣ ଠେମରା ଗ୍ରାମ ଏକ ସଂକୀର୍ଣ୍ଣ ରାସ୍ତା ଥିବା ଗ୍ରାମ ଯାତାୟାତ ରେ ବିଶେଷ ଅସୁବିଧା ହେଉଥିବା ବେଳେ ବାଲି ବୋଝେଇ ହାଇ ବା ଗାଡି ଦିନ ରାତି ବାଲି ବୋଝେଇ ଗାଡି ଯାତାୟାତ ରେ ରାସ୍ତା ଘାଟ ଖାଲ ଖମା ହୋଇ ରାସ୍ତା ଖରାଫ ହେଲାଣି, ଛୁଆ ପିଲା କୁ ଯାତାୟାତ ରେ ବିପଦ ହେଉଛି. ଗାଁ ମଝିରେ ବାଲି ବୋଝେଇ ଟ୍ରକ ଯିବା ଫଳରେ ଧୂଳି ଧୂସର ହୋଇ ନିଶ୍ୱାସ ପ୍ରଶ୍ୱାସ ରେ ଅସୁସ୍ଥ ହେଲେଣି ଗ୍ରାମ ବାସି ଜନ ସମାଜ, ଅତିଷ୍ଟ ହେଲେଣି ଲୋକ ମାନେ, ପୁଣି ବାଲି ନେବାରୁ ନଦୀରେ ବଡ଼ ବଡ଼ ଖାଲ ହୋଇ ପାଣି ଜମି ଥିବାରୁ ଗାଧୋଇ ବାକୁ ବୃଦ୍ଧ ଵୃଦ୍ଧା ଶିଶୁ ଗର୍ଭବତୀ ପ୍ରସୂତି ମହିଳା ମାନେ ବିଶେଷ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି, ଗ୍ରାମ ବାସି ଏହି ବାଲି ଉଠାଣ କୁ ବିରୋଧ କରିବାରୁ ଦଳର ଠିକାଦାର ଦବଙ୍ଗ ଗିରି କରିବା ସହ ପୋଲିସ ଅଧିକାରୀ ମାନେ ଗ୍ରାମ ବାସି ଙ୍କୁ ଧମକ ଚମକ ଦେଇ ବାନ୍ଧି କରି ଜେଲ ପଠାଇ ଦେବି ବୋଲି ଚାପ ପ୍ରୟୋଗ କରୁଥିବା ଅଭିଯୋଗ କାରି ଙ୍କ ପ୍ରକାଶ. ଏହି ବାଲି ଘାଟ କୁ ରଦ୍ଧ (ବନ୍ଦ )କରିବାକୁ ଜିଲ୍ଲାପାଳ, ତହସିଲଦାର, ଖଣି ଅଧିକାରୀ ଙ୍କୁ ଦରଖାସ୍ତ କଲେ ମଧ୍ୟ କୌଣସି ପ୍ରତିକାର କିମ୍ବା ସମାଧାନ କରି ନ ଥିବାରୁ ଆଜି ଦାବି ପତ୍ର ମାଧ୍ୟମ ଜିଲ୍ଲା ପ୍ରଶାସନ ଙ୍କୁ ଜଣାଇ ଦେଇ ଛନ୍ତି ଯେ ଆଗାମୀ ୩୦ମାର୍ଚ୍ଚ ୨୦୨୪ସୁଦ୍ଧା ସମାଧାନ ନ ହେଲେ ରାଜ ରାସ୍ତା କୁ ଉଲ୍ଲଇବାକୁ ଚେତାବନୀ ଦେଇ ଛନ୍ତି. ବାଲି କେଳେଙ୍କାରୀ ଙ୍କ ପୋଲିସ ମଧ୍ୟରେ ଧମକ କୁ ଉଚିତ ଜବାବ ଦେବାକୁ ଗ୍ରାମ ବାସି ପ୍ରକାଶ କରନ୍ତି.ଦେଖି ବାର କଥା ଯେ ପ୍ରଶାସନ ଆଦିଗରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି, ଗାଣ ପ୍ରତିନିଧି ମାନେ ଏ ଦିଗରେ ପୋଲିସ ଅଧିକାରୀ ଙ୍କୁ ଫୋନ ରେ ପରାମର୍ଶ କରିଥିଲୁ ଯେ କାର୍ଲପଡା ପୋଲିସ ଅଧିକାରୀ ସଦର ଥାନା ଅଧିକାରୀଙ୍କୁ ପରାମର୍ଶ ନେବାକୁ କହିଥିଲେ, ସଦର ଥାନା ଅଧିକାରୀଙ୍କୁ ଫୋନ ରେ ଯୋଗାଯୋଗ କରିଥିଲେ ମଧ୍ୟରେ କୌଣସି ପ୍ରକାର କଲ ଗ୍ରହଣ କରି ନଥିଲେ. ଏହାର ଉଚିତ ସମାଧାନ ହେବ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା.
Sign in
Sign in
Recover your password.
A password will be e-mailed to you.