ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଜଣେ ମୃତ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର କୃଷି ବିଭାଗର କାର୍ଯ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ, ଦୁଇ ଜଣ ସାଙ୍ଗ ଗଛରେ ପିଟି ହୋଇ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁର ପଞ୍ଚାୟତର ପିଙ୍କୁ ଶବର(୨୦)। ପ୍ରକାଶ ଯେ, ପିଙ୍କୁ ଓ ତାଙ୍କ ସାଙ୍ଗ ଅର୍ଜୁନ ଶବର ଏକ ବାଇକ୍ ଯୋଗେ ଦ୍ରୁତଗତିରେ ଗୁଣପୁର ଅଭିମୁଖେ ଆସୁଥ‌ିବା ବେଳେ ଏକ ଗଛରେ ପିଟି ହୋଇ ପଡିବା ଦେଖି ସ୍ଥାନୀୟ ଲୋକେ ତତ୍ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ପ୍ରାଥମିକ ଚିକିତ୍ସା କରି ପିଙ୍କୁଙ୍କୁ ମୃତ ଘୋଷଣା କରିଥିଲେ । ପିଙ୍କୁ ଲକ୍ଷ୍ମୀପୁର ଗ୍ରାମର ମାଝି ଶବରଙ୍କ ପୁଅ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗୁଣୁପୁର ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

 

Leave A Reply

Your email address will not be published.