ଶିକ୍ଷକ ମହାସଂଘ ପକ୍ଷରୁ ସହିଦ ଦିବସ ପାଳନ

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗତ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ ଭୁବନେଶ୍ୱରଠାରେ ଶିକ୍ଷକମାନଙ୍କ ବିଭିନ୍ନ ଦାବି ନେଇ ଶିକ୍ଷକ ମହାସଂଘର ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହେବାକୁ ବସ ଯୋଗେ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟିକାତାଳଠାରେ ଦୁର୍ଘଟଣାରେ ଶିକାର ହୋଇ ମୋଟ ୬ଜଣ ଶିକ୍ଷକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାର ୪ଜଣ ଶିକ୍ଷକ ପ୍ରାଣ ହରାଇଥିଲେ । ପ୍ରାଣ ହରାଇଥିବା ଶିକ୍ଷକମାନେ ଥିଲେ ନୟାଗଡ଼ ମହାବିଦ୍ୟାଳୟର ଶିକ୍ଷକ କାହ୍ନୁ ଚରଣ ପଟ୍ଟନାୟକ,ଦଶପଲ୍ଲା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଳାସିନୀ ପଟ୍ଟନାୟକ, ସହକାରୀ ଶିକ୍ଷୟିତ୍ରୀ ଚାରୁଲତା ପଟ୍ଟନାୟକ ଏବଂ ଶାନ୍ତିଲତା ମହାରଣା । ଶିକ୍ଷକ ସମାଜ ପାଇଁ ପ୍ରାଣବଳି ଦେଇ ସହିଦ୍ ହୋଇଥିବା ଏହି ଶିକ୍ଷକ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୯ ତାରିଖକୁ ସମଗ୍ର ରାଜ୍ୟରେ ଶିକ୍ଷକ ସହିଦ ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ଶିକ୍ଷକ ମହାସଂଘ ପକ୍ଷରୁ ଶନିବାର ପୂର୍ବାହ୍ନରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଶିକ୍ଷକ ସ୍ୱୃତିସ୍ତମ୍ଭ ନିକଟରେ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ମୃତି ସଭାରେ ଶିକ୍ଷା ସଂଗ୍ରାମର ସଂଗଠକ ବିଶ୍ୱନାଥ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକ,ଅନାଦି ଚରଣ ମହାନ୍ତି,ଜିଲ୍ଲା ମାଧ୍ୟମିକ ଶିକ୍ଷକସଂଘ ସଭାପତି ଅଯୋଧ୍ୟାନାଥ ନାୟକ,ସମ୍ପାଦକ ପରମାନନ୍ଦ ଦଳେଇ,ରାଜ୍ୟ ସଂଯୋଜକ ମାଣିକେଶ୍ୱର ସ୍ୱାଇଁ,ପ୍ରାକ୍ତନ ଜିଲ୍ଲା ସଭାପତି କିଶୋର ପରମଗୁରୁ,ଅଧ୍ୟାପକ କେଶବ ରାଉତରାୟ,ଦିଲିପ ମିଶ୍ର,ବ୍ରଜବନ୍ଧୁ ବେହେରା,ସ୍ୱିତା ସ୍ୱାଇଁ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ,ଶିକ୍ଷକ ଲକ୍ଷ୍ମୀଧର ସାହୁ, ପ୍ରଦୀପ କୁମାର ଡାକୁଆ,ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦାନ ଶିକ୍ଷକ ଆନ୍ଦୋଳନର ଗୌରବମୟ ଇତିହାସକୁ ରୋମାନ୍ଥନ କରିବା ସହ ଆଗାମୀ ପିଢ଼ି ଏହି ଦୃଢ଼ ଭିତ୍ତି‌ଉପରେ ଶକ୍ତିଶାଳୀ ଶିକ୍ଷା ଆନ୍ଦୋଳନ ଗଢ଼ି ତୋଳିବା, ଆସନ୍ତା ବର୍ଷ ମାନଙ୍କରେ ଏହି ପାଳନକୁ ଅଧିକ ସମ୍ପ୍ରସାରିତ କରିବା ପାଇଁ ଆହ୍ଵାନ ଦେଇଥିଲେ।

Leave A Reply

Your email address will not be published.