ମହା ଶିବରାତ୍ରି ଉପଲକ୍ଷେ ସମସ୍ତ ଶୈବପୀଠ ଚଳଚଞ୍ଚଳରେ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଶିବରାତ୍ରୀ ପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ରାୟଗଡ଼ା ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ଶୈବପୀଠ। ବିଭିନ୍ନ ଶୈବପୀଠରେ ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ପ୍ରଶାସନ ସହଯୋଗରେ ଶ୍ରଦ୍ଧାଳୁ ତଥା ଭକ୍ତମାନେ ମହାଦେବଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି। ଏଥି ସହ ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ନିମନ୍ତେ ସାଂସ୍କୃତିକ ଭଜନ ସମାରୋହ ଆୟୋଜନ କରାଯାଇଛି । ଶାନ୍ତିଶୃଙ୍ଖଳା ପାଇଁ ଗୁଣପୁର ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗୁଣପୁରର ଶେଫାଳି ପାହାଡ଼ର ରାମେଶ୍ବର ମନ୍ଦିର ଓ କାଶୀ ବିଶ୍ଵନାଥ ମନ୍ଦିର ଓ ଉମାଲିଙ୍ଗେଶ୍ୱର ମନ୍ଦିରରେ ପାଲା ନାଟ ସହ ନୃତ୍ୟକଳା କାର୍ଯ୍ୟକ୍ରମ କରାଯାଇଛି। ମନ୍ଦିରରେ ଭକ୍ତମାନେ ଅଖଣ୍ଡ ଦୀପ ପ୍ରଯୋଳନ କରିଛନ୍ତି। ଏହା ସହ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରର ପ୍ରସିଦ୍ଧ ଦେବଗିରି ଶୈବପୀଠ, ଥେରୁବାଲି ସ୍ଥିତ ପାଇକପଡ଼ା ଶୈବପୀଠ, ଗୁଡାରୀର ମୀନାଝୋଲା ଶୈବପୀଠ ସହ ବିଷମକଟକ ବ୍ଳକର ଚାଟିକଣା ସ୍ଥିତ ପାତାଳେଶ୍ବର ଶୈବପୀଠ ଭଳି ଅନ୍ୟାନ୍ୟ ବ୍ଲକର ଶୈବପୀଠ ତଥା ମନ୍ଦିରରେ ମହା ଶିବରାତ୍ରୀ ପାଳନ କରାଯିବା ନିମନ୍ତେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଥାଏ। ଉକ୍ତ ଶୈବପୀଠ ଗୁଡ଼ିକରେ ଜାଗର ଯାତ୍ରା ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଆଜି ରାତ୍ର ୧୨ ଘଣ୍ଟିଆ ସମୟରେ ଦୀପ ପ୍ରଚଳନ କରାଯାଇଛି।

 

Leave A Reply

Your email address will not be published.