(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ଗୋକନ ପଂଚାୟତର ସମାଜସେବୀ ତଥା ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଥିବା ନେଇ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି l ସୂଚନା ମୁତାବକ ଗତ ଅଗଷ୍ଟ ମାସରେ ବ୍ଲକ ଅଧକ୍ଷ ଶ୍ରୀ ନାୟକଙ୍କୁ ବିଜେଡି ଦଳରୁ ନିଲମ୍ବନ କରାଯାଇଥିଲା । କିନ୍ତୁ ଆଜି ତା.୨୮.୦୨.୨୦୨୪ ରିଖ ଚିଠି ନଂ ୧୩୨/୨୪ରେ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଥିବା କଟକ ଜିଲ୍ଲା ବିଜେଡି ସଭାପତି ଶ୍ରୀ ସାମନ୍ତରାୟ ଘୋଷଣା କରିଛନ୍ତି । ଶ୍ରୀ ନାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରା ଯାଇଥିବାରୁ ମାହାଙ୍ଗା ବିଜେଡି ଦଳ ପକ୍ଷରୁ ତାଙ୍କୁ ସ୍ବାଗତ ଜଣାଯାଇଛି । ନିଲମ୍ବନ ପ୍ରତ୍ୟାହାର ପରେ ଶ୍ରୀ ନାୟକଙ୍କୁ ଯୋଗାଯୋଗ କରିବାରୁ ଶ୍ରୀ ନାୟକ ପ୍ରକାଶ କରିଥିଲେ କି ଦଳ ମୋତେ ଯେତେବେଳେ ଯେଉଁ ଦାୟିତ୍ଵ ଦେଇଛି ମୁଁ ସଠିକ ଭାବେ ତୁଲାଇଛି ଏବଂ ଆଗକୁ ମଧ୍ୟ ବିଜେଡି ସହିତ ରହି ବିଜେଡି ଦଳକୁ ମଝବୁତ କରିବି ବୋଲି ପ୍ରକାଶ କରିଥିଲେ l ଏପରିକି ନିଲମ୍ବନ ପ୍ରତ୍ୟାହାର କରାଯାଇଥିବାରୁ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଶ୍ରୀ ନାୟକ କୃତଜ୍ଞତା ଜଣାଇଛନ୍ତି ।
