ପଞ୍ଚପଡ଼ା ରେ ହେବ ଜିଲ୍ଲା ବିଜ୍ଞାନ କେନ୍ଦ୍ର

0

ଝାରସୁଗୁଡ଼ା : ଆଜି ଜିଲ୍ଲା ବିଜ୍ଞାନ କେନ୍ଦ୍ର ଝାରସୁଗୁଡ଼ା ର ଶୁଭାରମ୍ଭ ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନିଲ ନରୱାନେ,ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ, ଜିଲ୍ଲା ବିଜ୍ଞାନ ପ୍ରସାର ସମିତି ସଦସ୍ୟ ତଥା ମହିଳା ମହାବିଦ୍ୟାଳୟ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଓଡ଼ିଶା ବିଜ୍ଞାନ ଏକାଡେମି ସଦସ୍ୟ ବିରାଟ ରାଜା ପଧାନ ,ଅତିରିକ୍ତ ଶିକ୍ଷାଧିକାରୀ ପ୍ରଦୀପ୍ତ ସା,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଜୟ କୁମାର ଜେନା ଙ୍କ ସମେତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ଜିଲ୍ଲା ବିଜ୍ଞାନ କେନ୍ଦ୍ର ପଞ୍ଚପଡା ଠାରେ ତିଆରି ହେବ ।୬.୫ କୋଟି ଟଙ୍କା ଅଟକଳ ବ୍ୟୟ ରେ ନିର୍ମାଣ ହେବାକୁ ଥିବା ଏହି କେନ୍ଦ୍ର ରେ ବିଜ୍ଞାନ କୁ ଆକର୍ଷଣୀୟ ଓ ଲୋକପ୍ରିୟ କରିବାର କଳା କୌଶଳ ପ୍ରଦର୍ଶନ ରହିବ ।ବିଜ୍ଞାନପ୍ରେମୀ ଓ ଛାତ୍ରଛାତ୍ରୀ ମାନେ ଏଥିରେ ନିଜେ ଅଂଶ ଗ୍ରହଣ କରି ବିଜ୍ଞାନ ର ମଜା ନେଇପାରିବେ ।

Leave A Reply

Your email address will not be published.