ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

0

ବାଲୁଗାଁ (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗରରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି ବାଲୁଗାଁ ପୋଲିସ। ଖବର ଅନୁସାରେ ମଙ୍ଗଳବାର ରାତିରେ ବାଲୁଗାଁ ଗୋପବନ୍ଧୁ ନଗର ବାସିନ୍ଦା ସନ୍ତୋଷ ପାତ୍ର ଓ ସ୍ତ୍ରୀ ଘରେ ଅନୁପସ୍ଥିତ ଥିବାବେଳେ ଝିଅ ସୋନାଲି ପାତ୍ର (୧୭) ଘରେ ଏକୁଟିଆର ସୁଯୋଗ ନେଇ କୌଣସି କାରଣରୁ ବେକରେ ଚୁନରି ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ। ଏନେଇ ଶ୍ରୀ ପାତ୍ର ବାଲୁଗାଁ ଥାନାରେ ଖବର ଦେବାରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସୋନାଲିକୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।ସମ୍ପୃକ୍ତ ମୃତକ ଜଣକ ବାଣପୁର କଲେଜର ଯୁକ୍ତ ଦୁଇର ଛାତ୍ରୀ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ୩/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରାଯିବାସହ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Leave A Reply

Your email address will not be published.