ସୁବର୍ଣ୍ଣରେଖା ନଦୀ ନିକଟସ୍ଥ ପାଣ୍ଡରା ଘାଟ ପାଲଟିଛି ଚୋରା ବାଲି ଚାଲାଣ ର ଗନ୍ତାଘର . ଚରା ବାଲି ଚାଲାଣ ବେଳେ ୩ଟ୍ରାକ୍ଟର ସହ ୩ ଚାଳକ ଗିରଫ ।

0

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ସୁବର୍ଣ୍ଣରେଖା ନଦୀ ପାଲଟିଛି ବାଲି ମାଫିଆ ମାନଙ୍କ ପେଣ୍ଠ ସ୍ଥଳୀ । ନୂତନ ଭାବରେ ମୃତ୍ୟୁଞ୍ଜୟ ପ୍ରଧାନ ଝାରପୋଖରିଆ ଥାନା ରେ ଦାଇତ୍ୱ ନେବା ପର ଠାରୁ ବାଲି ମାଫିଆ ମାନଙ୍କ ଭିତରେ କୋକୁଆ ଭୟ ଦେଖିବାକୁ ମିଳିଛି । ଗତ କାଲି ରାତି ରେ କୌଣସି ସୂତ୍ରରୁ ଖବର ପାଇ ଝାରପୋଖରିଆ ପୋଲିସ ଅତର୍କିତ ଭାବରେ ଚଢ଼ାଉ କରି ପାଣ୍ଡରା ରୁ ୩ଟି ବେନିୟମ ବାଲି ବୋଝେଇ ଟ୍ରାକ୍ଟର କୁ ଜବତ କରିଛି । ସୂଚନା ମୁତାବକ ଚଢାଉ କରି ୩ ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହିତ ୩ ଜଣ ଚାଳକ ଯଥା ସୁଧାଂଶୁ ସିଂ, ଗଣେଶ୍ୱର ସିଂ, ଲଧା ଙ୍କୁ ଗିରଫ କରି ଥାନାକୁ ଆଣି ଅଟକ ରଖି ଅଧିକ ତଦନ୍ତ ଜାରି ରଖି ଥିବା ବେଳେ ଥାନା କେସ ନମ୍ବର ୪୮/୨୪ ରେ ଏକ ମାମଲା ରୁଜୁ କରି ୩ ଚାଳକ ଙ୍କୁ କୋର୍ଟ ଚାଲାଣ କରିଛି । ତେବେ ବାଲି ଘାଟ ଗୁଡିକ ତହସିଲ ଓ ମାଇନିଙ୍ଗ ଦ୍ଵାରା ଲିଜ୍ ପ୍ରକ୍ରିୟା ହୋଇ ପାରୁ ନଥିବାରୁ ବାଲି ଚୋରି ଦିନ କୁ ଦିନ ବଢି ବାରେ ଲାଗିଛି, ସରକାର ହରାଉ ଛନ୍ତି କୋଟି କୋଟି ଟଙ୍କାର ରାଜସ୍ବ । ତେବେ ମାଇନିଙ୍ଗ ଓ ତହସିଲ ନିଘୋଡ଼ ନିଦରେ ଶୋଇଥିଲା ବେଳେ ଝାରପୋଖରିଆ ପୋଲିସ କରୁଛି ତାଙ୍କ କାମ ତେବେ ଆଗକୁ ସରକାର ଲିଜ୍ ଦେଉଛନ୍ତି ନାଁ ଏମିତି ବାଲି ଚୋରି ପ୍ରକ୍ରିୟା ଚାଲୁ ରହିବ ତାହା ଦେଖିବାକୁ ବାକି ରହିଲା |

Leave A Reply

Your email address will not be published.