ପଲ୍ସ ପୋଲିଓ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

0

ଜଗତସିଂହପୁର,ତା-୨୭.୦୨.୨୦୨୪/ସୁମନ୍ତ କୁମାର ଦାସ: ଜି ଜିଲ୍ଲା ସ୍ଵାସ୍ଥ୍ୟ ସମିତି, ଜଗତସିଂହପୁର ତରଫରୁ ଆଗାମୀ ମାର୍ଚ୍ଚ 3,4 ଏବଂ 5 ତାରିଖ ରେ ହେବାକୁ ଥିବା ପଲ୍ସ ପୋଲିଓ ଅଭିଯାନ ପାଇଁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଡି ପି ଏମ୍ ୟୁ କନଫରେନ୍ସ ହଲରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀ ରାଉତ ଏହି ଅଭିଯାନ ର ସଫଳ ରୂପାୟନ ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହଯୋଗ କାମନା କରିବା ସହ ବ୍ଲକ୍ ସ୍ତରରେ ଏହାର ସଫଳ ପରିଚାଳନା କରି ଜିଲ୍ଲା କୁ ପୋଲିଓ ମୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପଲ୍ସ ପୋଲିଓ କାର୍ଯ୍ୟକ୍ରମ ରେ ସମୁଦାୟ 1,04,134 ଜଣ ଜନ୍ମ ରୁ 5 ବର୍ଷ ବୟସର ପିଲାଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଏଥିପାଇଁ ମୋଟ 555 ବୁଥ୍, 2220 ଜଣ ପଲ୍ସ ପ୍ରଦାନକାରୀ (ଭାକସିନେଟର), 114 ଜଣ ସୁପରଭାଇଜର ଙ୍କୁ ଦାୟିତ୍ଵ ଦିଆଯାଇଛି। ଜିଲ୍ଲା ର ମୋଟ 2,51,828 ଟି ଘରୁ ଜନ୍ମ ରୁ 5 ବର୍ଷ ର ସମସ୍ତ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆଯିବ ।ଏଥିପାଇଁ ଟ୍ରାନଜିଟ ପଏଣ୍ଟ 34 ଥିବା ବେଳେ 68 ଜଣ ଭାକସିନେଟର,21 ଟି ମୋବାଇଲ ଟିମ୍ ଏବଂ ମୋବାଇଲ ଟିମ୍ ପାଇଁ 42 ଜଣ ଭାକସିନେଟର ଅଛନ୍ତି। ଏହି କାର୍ଯ୍ୟକ୍ରମ କୁ ସଫଳ ରୂପେ ରୂପାୟନ ପାଇଁ ସମସ୍ତ ବ୍ଲକ୍ ସ୍ତରର ଅଧିକାରୀ ବୃନ୍ଦ ଙ୍କ ସହ ଆଲୋଚନା କରାଯାଇଛି। ବ୍ଲକ ସ୍ତରରେ ବି ଡି ଓ ଙ୍କ ଦ୍ଵାରା ବ୍ଲକ୍ ସ୍ତରୀୟ ଟାକ୍ସ ଫୋର୍ସ ସଭା କରାଯାଇଛି। ସୂଚନା ପ୍ରଚାର ପ୍ରସାର ନିମନ୍ତେ ପ୍ରତ୍ୟେକ ପଲସ୍ ପୋଲିଓ ବୁଥ୍ ପାଇଁ 2 ଟି ବ୍ଯାନର ଓ 4 ଟି ପୋଷ୍ଟର ପ୍ରଦାନ କରାଯାଇଛି। ଏହା ସହିତ ବ୍ଳକ ସ୍ତରରେ ମାଇକିଂ କରାଯିବାର ବ୍ୟବସ୍ଥା କରାଯାଇଛି ।ଏହି କାର୍ଯ୍ୟକ୍ରମର ଅଧିକାଂଶ ଭାକସିନେଟର ହେଉଛନ୍ତି ଆଶା ଏବଂ ଅଙ୍ଗନବାଡି କର୍ମୀ। ଏହା ସହିତ ଅନ୍ୟମାନେ ହେଉଛନ୍ତି ଭଲ୍ଯୁଣ୍ଟିୟର।

ଏହି ଜିଲ୍ଲା ସ୍ତରୀୟ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା କ୍ଷେତ୍ରବାସୀ ଦାଶ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରମୋଦ କୁମାର ବାରିକ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ଏସ୍ ଏମ୍ ଓ ଡା ଦୀପକ କୁମାର କର, ଏପିଡେମିଓଲୋଜିଷ୍ଟ ଡା ସ୍ମୃତିରଞ୍ଜନ ପଣ୍ଡା , ଜିଲ୍ଲା ସ୍ପୋର୍ଟସ ଅଧିକାରୀ, ଶ୍ରୀମତୀ ବିଶ୍ୱବିଜୟିନୀ ପଟ୍ଟନାୟକ, ଶିକ୍ଷା ବିଭାଗ ରୁ ଦେବାଶିଷ ମହାନ୍ତି, ମହିଳା ଓ ଶିଶୁ ବିକାଶ ବିଭାଗରୁ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଅଂଶୁପା ସାହୁ, ଡି ପି ଏମ୍ ଚକ୍ରଧର ଜେନା, ନୀଳ ମାଧବ ରଥ ଏ ଡି ପି ଏଚ୍ ସି ଓ ସଚଳା ମହାନ୍ତି, ସ୍ୱାସ୍ଥ୍ୟ ମିଶନ ତରଫରୁ ଅମିତା ପଣ୍ଡା, ପାର୍ଥ ସାରଥି କରଶର୍ମା ,ରାଜେଶ କୁମାର ପତି, ସ୍ଵସ୍ତି ମହାନ୍ତି ଙ୍କ ସମେତ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଫିଲଡ଼ ମନିଟର୍ ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଜିଲ୍ଲା ରେ ପଲସ୍ ପୋଲିଓ ଅଭିଯାନ କୁ ଶତ ପ୍ରତିଶତ ସଫଳ କରିବା ନିମନ୍ତେ ଚେଷ୍ଟା କରିବାକୁ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.