ମିଶନ୍ ଶକ୍ତି ମାଆଙ୍କ ପାଇଁ ବିନା ସୁଧରେ ଋଣ ମେଳା; ସୁଧ ଟଙ୍କା ଫେରସ୍ତ

0

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ ମିଶନ୍ ଶକ୍ତି ମାଆଙ୍କ ପାଇଁ ବିନା ସୁଧରେ ଋଣ ମେଳା ଆୟୋଜନ କରାଯାଇ ସେମାନଙ୍କ ଠାରୁ ଆଦାୟ ହୋଇଥିବା ସୁଧ ଟଙ୍କାକୁ ଫେରସ୍ତ କରାଯାଇଛି I ଆଜି ଏନେଇ ମଧ୍ୟାହ୍ନ ବାର ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ୍ ପଡ଼ିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ବେଲଗୁଣ୍ଠା ବ୍ଲକ୍ ଅଠରଟି ପଂଚାୟତର 514 ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ 2620960 ଟଙ୍କାର ସୁଧରାଶି ଫେରସ୍ତ କରିଥିଲେ I ଏହା ସହିତ ଆଗାମୀ ଦିନରେ ମିଶନ୍ ଶକ୍ତି ମାଆ ମାନଙ୍କ ପ୍ରତି ମହିଳା ଗୃପ୍ କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ବିନା ସୁଧରେ ଦଶ ଲକ୍ଷ ଟଙ୍କାର ଋଣ ଯୋଗାଇଦିଆଯିବ ବୋଲି ବିଧାୟକ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ I ନବୀନ ସରକାର ମାଆ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ମାଆ ମାନେ ସ୍ୱାବଲମ୍ବୀ ହେଲେ ରାଜ୍ୟ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିପାରିବ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବ୍ଳକ୍ ଅଧ୍ୟକ୍ଷ ପ୍ରତିନିଧି ଉମା ନାୟକ ଯୋଗ ଦେଇ ନବୀନ ସରକାର ମାଆ ମାନଙ୍କ ପାଇଁ ପ୍ରଣୟନ କରୁ୍ଥିବା ଯୋଜନା ଗୁଡ଼ିକର ସଠିକ୍ ତଥ୍ୟ ଜାଣିପାରିଲେ ମାଆ ମାନେ ଏହାର ସୁଫଳ ପାଇପାରିବେ ବୋଲି ପ୍ରକାଶ କରିଥିଲେ I ଏଥିରେ ଅନ୍ୟତମ ଅତିଥି ରୂପେ ବ୍ଳକ୍ ବିଜେଡ଼ି ସଭାପତି ତଥା ବଡ଼ ବୋର୍ସିଂଗ୍ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବିଡ଼ିଓ ଭାରତୀ ଦେବୀ, ସିଡ଼ିପିଓ କେ ଊଷା ଲକ୍ଷ୍ମୀ,ମିଶନ୍ ଶକ୍ତି ବିପିସି ପ୍ରଶାନ୍ତ ନାଇକ,ବିପିଏମ୍ ଫକୀର ମୋହନ ଗୌଡ଼,ବିଏଲସି ପ୍ରିୟଙ୍କା ପ୍ରଧାନ, ଶାସନ ସରପଞ୍ଚ ପ୍ରତିନିଧି ସୀମାଞ୍ଚଳ ବିଷୋୟୀ,ଉଢୁରା ସରପଞ୍ଚ ପ୍ରତିନିଧି ବୁଲୁ ସେଠୀ, ଆକାଉଣ୍ଟାଣ୍ଟ ଧବଳେଶ୍ୱର ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମାଆ ମାନଙ୍କୁ ଚେକ୍ ମାଧ୍ୟମରେ ସୁଧ ଅର୍ଥରାଶି ଫେରସ୍ତ କରିଥିଲେ I ଏହା ସହିତ ସାତ ଜଣ ବ୍ୟାଙ୍କ୍ ମିତ୍ରଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଲାପଟପ୍ ପାଇଁ 50000 ଟଙ୍କା ଲେଖାଏଁର ଚେକ୍ ପ୍ରଦାନ କରାଯାଇଥିଲା I ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତରୁ ସିଆର୍ପି,ବ୍ୟାଙ୍କ୍ ମିତ୍ର,ଏମବିକେ ମାନେ ଉପସ୍ଥିତ ଥିଲେ I ଆଜିର ଏହି କାର୍ଯ୍ୟକ୍ରମକୁ ଯୁବ ନେତା ଭଞ୍ଜ ପରିଡ଼ା, ସତ୍ୟବାନ ପାତ୍ର,ବୁଲୁ ଭାଇଙ୍କ ସମେତ ବହୁ ଯୁବ ସମାଜସେବୀ ପରିଚାଳନା କରିଥିଲେ I

Leave A Reply

Your email address will not be published.