ମିଶନ ଶକ୍ତି ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନଷ୍ଠିତ

0

ନବରଙ୍ଗପୁର 27.02.2024, ଅଶୋକ ସାହୁ, ଶାସକ ପ୍ରଶାସକ:ନବରଙ୍ଗପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମିଶନଶକ୍ତି ବିଭାଗ, ନବରଙ୍ଗପୁର ତରଫରୁ ରାଜ୍ଯ ସରକାରଙ୍କ ନୂତନ ମିଶନ ଶକ୍ତି ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଦାଶିବ ପ୍ରଧାନୀ, ମାନ୍ୟବର ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ବାବୁଲି ମିଶ୍ର, ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ ଭତ୍ରା, ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ. ସୁନିଲ ଖରା ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସବିତା ରାଣୀ ବ୍ରହ୍ମାଙ୍କ ସମେତ ନବରଙ୍ଗପୁରସ୍ଥିତ ସମସ୍ତ ବ୍ୟାଙ୍କ୍ ଶାଖା ଅଧିକାରୀ ମାନେ ଯୋଗ ଦେଇଥିଲେ।ଶ୍ରୀଯୁକ୍ତ ମାମୁନ କୁମାର କର,ଶ୍ରୀଯୁକ୍ତ ସର୍ବେଶ ପଟ୍ଟନାୟକ ଏବଂ ଶ୍ରୀମତୀ ସୁନିତା କୁମାରୀ ପାତ୍ର ମଞ୍ଚପରିଚାଳନା କରିଥିଲେ। ଏହି ଯୋଜନା ରେ ଉପକୃତ ହୋଇଥିବା ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରତ୍ୟେକ ପଞ୍ଚାୟତରୁ ନିମନ୍ତ୍ରଣ କରାଯାଇଥିଲା। ଏହି ସୁଧ ରିହାତି ଫେରସ୍ତ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବ୍ଲକ ର ୪୫୩ ଗୋଟି ଯୋଗ୍ୟ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ମଧ୍ୟରୁ ପ୍ରଥମ ୨୦ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ କୁ ଚେକ୍ ପ୍ରଦାନ କରାଯାଇଥିଲା। ଶେଷରେ ମିଶନ ଶକ୍ତିର ବ୍ଲକ୍ ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀଯୁକ୍ତ ମାମୁନ କୁମାର କର ସମସ୍ତଙ୍କୁ ଧନ୍ୟବାଦ ଦେଇ ଶୃଙ୍ଖଳିତ ଭାବରେ ସଭାସାଙ୍ଗ କରିଥିଲେ, ଏହା ପରେ ଉପସ୍ଥିତ ଥିବା ସମସ୍ତ ମା ମାନେ ଭୋଜନ ଗ୍ରହଣ କରି ନିଜ ନିଜ ଅଞ୍ଚଳକୁ ସୁରକ୍ଷିତ ଭାବେ ଫେରିଥିଲେ।

Leave A Reply

Your email address will not be published.