ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ମହିଳା ସ୍ଵୟଂ ସହାୟକ ଦଳ ର ସୁଧ ପରିଶୋଧ ଉପରେ ଏକ ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ମିନତି ଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ କୁମାର ସ୍ବାଇଁ, ଉତ୍କଳ ବ୍ୟାଙ୍କ ଶାଖା ପରିଚାଳକ ସଞ୍ଜୀବ କୁମାର ସେଠି ପ୍ରମୁଖ ଉପସ୍ଥିତ ଥିଲେ। ମିଶନ ଶକ୍ତି ମାଧ୍ୟମରେ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଋଣ ୫ ଲକ୍ଷରୁ ବୃଦ୍ଧି କରି ୧୦ ଲକ୍ଷ ଘୋଷଣା କରିଥିଲେ। ଆଜି ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଶାଖା ପରିଚାଳକ ନୀତିଶ ସ୍ବାଇଁ ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ରୁ ଆସିଥିବା ଏସ ଏଚ ଜି ମହିଳା ମାନଙ୍କୁ ବ୍ୟାଙ୍କ ରୁ ଋଣ ନେଇ ଠିକ୍ ସମୟରେ ଋଣ ପରିଶୋଧ କରିଲେ ସେମାନେ ଅଧିକ ଋଣ ପାଇବାକୁ ଯୋଗ୍ୟ ହେବା ସହ ସରକାରୀ ସହାୟତା ରେ ଆଗରେ ରହିବେ ବୋଲି କହିଥିଲେ। ସିଡିପିଓ ମିନତି ଦାଶ ଡାବୁଗାଁ ବ୍ଲକ ରେ ୧୦୦୦ ରୁ ଉର୍ଦ୍ଧ ଏସ ଏଚ ଜି ଥିଲେ ସୁଦ୍ଧା ୨୯୦ ଏସ ଏଚ ଜି ବ୍ୟାଙ୍କ ରୁ ଋଣ ନେଇ ସଠିକ୍ ସମୟରେ ପରିଶୋଧ କରୁଥିବା କହିଥିଲେ। ବ୍ୟାଙ୍କ ରୁ ଋଣ ନେଇ ସଠିକ୍ ସମୟରେ ପରିଶୋଧ କରିଥିବା ଏସ ଏଚ ଜି ମାନଙ୍କ ସୁଧ ଟଙ୍କା ବ୍ୟାଙ୍କ ତରଫରୁ ଫେରସ୍ତ କରାଯାଇଥିଲା। ଏହି କ୍ରମରେ ବ୍ୟାଙ୍କ ରୁ ଅଧିକ ଋଣ ନେଇ ପରିଶୋଧ କରିଥିବା ୧୦ ଟି ଏସ ଏଚ ଜି ଙ୍କୁ ସୁଧ ଟଙ୍କା ଫେରସ୍ତ କରାଯାଇଥିଲା।କାର୍ଯ୍ୟକ୍ରମକୁ ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ଜିପିଇଓ ପଦ୍ମନାଭ ଭାଲ୍ଲା , ପିଇଓ ଏଡି ପ୍ରସାଦ,ନବୀନ ଭତରା ,ସମସ୍ତ ସରପଞ୍ଚ,ବ୍ୟାଙ୍କ ମିତ୍ର , ସି ଆର ପି, ବି ଏଲ ଏଫ୍, ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.