ଗାଇସିଲାଟ/ମନ ଡନସନା- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ,ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଗାଇସିଲାଟ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜନସାଧାରଣ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ କାମ କରୁଥିବା ଶ୍ରମିକମାନଙ୍କ ମାନେ ପ୍ରତି ୬ ମାସରେ ଥରେ ଆପତ୍ତି ଅଭିଯୋଗ ଶୁଣା ଯାଇଥାଏ। କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଯେ ଏହି ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର କାର୍ଯ୍ୟକ୍ରମ ରେ ଗାଇସିଲାଟ ବ୍ଲକର କୌଣସି ଗ୍ରାମରେ ଡାକବାଜି ଯନ୍ତ ବା ପ୍ରଚାର ପ୍ରସାର କରାଯାଏ ନାହିଁ। ସେଥି ପାଇଁ ଶ୍ରମିକ ମାନେ ତାଙ୍କର ଆପତ୍ତି ଅଭିଯୋଗ କରିବାରେ ବିଫଳ ହେଉଛନ୍ତି।ଅନ୍ୟ ପଟେ ଭି ଆର୍ ପି ମାନେ ଅଭିଯୋଗ କରିଛନ୍ତି।ଅନେକ ପଞ୍ଚାୟତ ରେ ଆଜି ପର୍ୟ୍ଯନ୍ତ ୧ ବର୍ଷ ଲେଖାଏଁ ମୁତ୍ଯୁ ବରଣ କରିଥିବା ବ୍ଯକ୍ତି ମାନଙ୍କ ମଧୁବାବୁ ପେନସନ୍ ଓ ଇନ୍ଦିରାଗାନ୍ଧୀ ପେନସନ୍ ଟଙ୍କା ପାଉଛନ୍ତି।ଶ୍ରମିକ ମାନେ କାମ ପାଇ ଆବେଦନ କରିଥିଲେ ସୁଦ୍ଧା ସେମାନଙ୍କୁ କାମ ମିଲୁ ନାହିଁ। ସେପଟେ ବିଡିଓ ମହାଶୟ ଏହାର ଖୁବ୍ ଶିଘ୍ର ତଦନ୍ତ କରାଯିବ ଓ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.