ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଷ୍ଟେସନ ଯୋଜନାରେ ଅଭାସି ମାଧ୍ୟମରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ନବୀକରଣ ର ଭିତ୍ତି ପ୍ରସ୍ତର ସ୍ଥାପନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଷ୍ଟେସନ ଯୋଜନାରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ନବୀକରଣ ନିମନ୍ତେ ଆଭାସି ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଷ୍ଟେସନ୍ ନିକଟରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ବିଧାୟକ କେ. ନାରାୟଣ ରାଓ , ପାରଳା ମହାଦେଇ କଲ୍ୟାଣୀ ଗଜପତି , ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ , ରାଜ୍ୟ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ରେଳ ବିଭାଗ ଅଧିକାରୀ ମାନେ ମଞ୍ଚାସୀନ ଥିଲେ।
ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଉଦଘାଟନୀ କରିଥିବା ବେଳେ ମଞ୍ଚାସୀନ ଅତିଥି ମାନେ ନାମଫଳକ ର ଉଦଘାଟନୀ କରିଥିଲେ। ସ୍ୱାଧୀନତା ପୂର୍ବରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଆରମ୍ଭ କରିଥିବା ଏହି ରେଳପଥ ଓ ଷ୍ଟେସନ୍ ର ଉନ୍ନତି କରଣ ଆରମ୍ଭ ହୋଇସାରିଥିବା ଯୋଗୁଁ ସମସ୍ତେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରାଳୟ କୁ ଧନ୍ୟବାଦ ଦେଇଥିଲେ। ପାରଳା ବିଧାୟକ ଏହି ରେଳପଥ ଓ ଷ୍ଟେସନ ର ଉନ୍ନତି ପାଇଁ ବିଭିନ୍ନ ସମୟରେ ରେଳମନ୍ତ୍ରୀ ଙ୍କୁ ଭେଟି ଦାବୀ ଜଣାଇଥିଲେ। ଆଗାମୀ ଦିନରେ ଷ୍ଟେସନ୍ ପ୍ରବେଶ ପଥ ରେ ଏକ ଉଦ୍ୟାନ ନିର୍ମାଣ ହେବ ଯେଉଁଥିରେ ମଧ୍ୟଭାଗରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରିଲେ ତାଙ୍କ ପ୍ରତି ସଠିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ ହେବ ବୋଲି ବିଧାୟକ ରେଳ ବିଭାଗୀୟ ଅଧିକାରୀ ଜଣାଇଥିଲେ।
ସେହିପରି ଏହି ରେଳପଥ ଓ କାଶୀନଗର ଠାରେ ଷ୍ଟେସନ୍ ର ଉନ୍ନତିକରଣ ପାଇଁ ରେଳ ମନ୍ତ୍ରାଳୟ ସହ ଆଲୋଚନା କରିଛନ୍ତି ବୋଲି କହିଛନ୍ତି।