ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସ୍ବାଧିନତାର ୭୫ ବର୍ଷ ପୁରଣ ହୋଇଯାଇଥିଲେ ମଧ୍ୟ,ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମ ପଞ୍ଚାୟତ ର ତାଲଖମଣ, ମଣ୍ଡା ପଥର ଓ ଡାଙ୍ଗିଭୁଇଁ କୁ ଆଜି ପର୍ଯ୍ୟନ୍ତ ରାସ୍ତା ଓ ବିଜୁଳି ଆଲୁଅ ସାତସପନ ହୋଇରହିଛି। ମୌଳିକ ସେବାରୁ ବଞ୍ଚିତ ଏହି ଆଦିବାସୀ ପରିବାର ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି।
ସେଥିପାଇଁ ଏହି ମୌଳିକ ସେବାରୁ ଓ ବିଭିନ୍ନ ସୁବିଧା ସୁଯୋଗରୁ ବାଦ୍ ପଡ଼ିଥିବା ଏହି ଆଦିବାସୀ ଜନସାଧାରଣ ନିଜର ସଂଗଠନ ” ଆଦିବାସୀ ଭାରତ ମହାସଭା” ସହିତ ଆଜି ଅର୍ଥାତ୍ ୨୬ ଫେବୃଆରୀ ସୋମବାର ଦିନ ୧୨ ଘଣ୍ଟିକା ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ କରିଥିଲେ। ଏବଂ ନିଜର ବିଭିନ୍ନ ଦାବି ସମ୍ବଳିତ ପତ୍ର ଦେବା ସହିତ ଆଜିଠୁ ଅର୍ଥାତ୍ ୨୬ ଫେବୃଆରୀ ଠୁ ସେମାନେ ଧାରଣା ରେ ବସିବେ, ଯେଉଁ ଦିନ ଯାଏଁ ତାଙ୍କରି ଦାବି ର କାଯ୍ୟକାରି ନ କରାଯାଉଛି।
ସ୍ଵଭାବିକ ଭାବରେ ରାସ୍ତା ଅଭାବରୁ ଶିକ୍ଷା ଓ ସ୍ବାସ୍ଥ୍ୟସେବା ରୁ ବଞ୍ଚିତ ହୋଇ ଜୀବନ ବିତାଉଛନ୍ତି ଏହି କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳ ର ଅଧିବାସୀ ଜନସାଧାରଣ।। ଅନେକ ସମୟରେ ଖଟିଆ ରେ ବୁହାହୋଇଯାଆନ୍ତି ଗର୍ଭବତୀ ମହିଳା ଓ ରୋଗୀ। ବର୍ଷା ହେଲେ ଗୋଟିଏ ନଦୀ, ଦୁଇଟି ନାଳ ପାର ହୋଇ ଆସିବା ସମ୍ଭବ ହୁଏ ନାହିଁ ,ସେଥିପାଇଁ ଅନେକ ଅଭାବନୀୟ ମୃତ୍ୟୁ ବି ଘଟିଥାଏ। ଏ ମୌଳିକ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳ ଙ୍କୁ ଆଜି ଅର୍ଥାତ୍ ୨୬/୦୨/୨୦୨୪ ସୋମବାର ରେ ତାଳଖମଣ, ମଣ୍ଡା ପଥର, ଡାଙ୍ଗିଭୁଇଁ ଓ ଡେଲିଙ୍ଗିପଦର ଗାଁ ପ୍ରତିନିଧି ମାନେ ଆସି ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ଦାବି କୁ ପ୍ରଶାସନ ଆସନ୍ତା ୭ ଦିନ ମଧ୍ୟରେ ପୂରଣ କରନ୍ତୁ। ଦାବି ମୁତାବକ କାର୍ଯ୍ୟ ଆରମ୍ଭ ନହେଲା ପର୍ଯ୍ୟନ୍ତ , ଆଜିଠୁ ବା ୨୬ ଫେବୃଆରୀ ଠାରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖନ୍ଦା ଖୋଳି ରୋଷେଇ କରିବା ସହ ଅହରାତ୍ର ଗଣଧାରଣା ଚାଲୁ ରହିବ ବୋଲି ଟୁନା ମଲ୍ଲିକ ପ୍ରକାଶ କରିଛନ୍ତି।ଏଥି ସକାଶେ ଯେକୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯୋଗ୍ୟ ଯେ ୨୦୧୬ ମସିହା ଅଗଷ୍ଟ ୧୫ ତାରିଖରେ ବୁରୁଡୁଙ୍ଗି, କାଳିଆଝୋଳା, କିମ୍ବରଖଣି, ବନ୍ୟା ସାହି, ତାଳଖମଣ, ମଣ୍ଡା ପଥର, ଡାଙ୍ଗିଭୁଇଁ ଓ ଡେଲିଙ୍ଗିପଦର ଆଦି ଗ୍ରାମକୁ ବିଜୁଳି ଆଲୁଅ ଓ ରାସ୍ତା ଦାବିରେ ଆନ୍ଦୋଳନ କରିବା ପରେ ସେହି ସମୟର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତରାୟ ଗାଁ ମାନଙ୍କୁ ଯାଇ ସ୍ଥିତି ଅନୁଧ୍ୟାନ କରି ୭ ଦିନ ମଧ୍ୟରେ କାମ ଆରମ୍ଭ ହୋଇ ବୁରୁଡୁଙ୍ଗି, କିମ୍ବରଖଣି, କାଳିଆଝୋଳା, ବନ୍ୟା ସାହି କୁ ବିଜୁଳି ଓ ରାସ୍ତା ବ୍ୟବସ୍ଥା ହେଲା କିନ୍ତୁ ୩ ଅକ୍ଟୋବର ୨୦୧୬ ରୁ ପୂଜା ଛୁଟି ନାମରେ କାମ ବନ୍ଦ କରି ୭ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହେଲାପରେ ମଧ୍ୟ ଏହି ଗାଁ ମାନଙ୍କୁ ରାସ୍ତା ଓ ବିଜୁଳି ଆଲୁଅ ଯୋଗାଇବାରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଆଦିବାସୀ ଗାଁ ଦୀର୍ଘ ୨୫ ବର୍ଷ ଧରି ନବୀନ ସରକାରଙ୍କୁ ଭୋଟ ଦେବା ସତ୍ବେ ଏହି ପ୍ରତାରଣା ଅତ୍ୟନ୍ତ ଯନ୍ତ୍ରଣା ଦାୟକ। ସେଥିପାଇଁ ଗାଁ ବାସିନ୍ଦା ଶପଥ ନେଇଛନ୍ତି ୭ ଦିନ ମଧ୍ୟରେ ରାସ୍ତା ଓ ବିଜୁଳି ଆଲୁଅ ଯୋଗାଣ ହେବ ନହେଲେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଗଣଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ସ୍ମାରକପତ୍ର ଟି ଉପଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଗ୍ରହଣ କରିଛନ୍ତି। ଥାନାରୁ ମଧ୍ୟ ଗଣଧାରଣା ପାଇଁ ଅନୁମତି ଆଣି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଡ଼ାକବାଜି ଯନ୍ତ୍ରର ଅନୁମତି ପାଇଁ ଆବେଦନ କରାଯାଇଛି। ଏହି ସମୟରେ କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ, ଆଦିବାସୀ ଭାରତ ମହାସଭା ର ରାଜ୍ୟ ସମ୍ପାଦକ ଟୁନା ମଲ୍ଲିକ, ସନାତନ ଜାନି, ଦୁଷ୍ମନ୍ତ ଜାନି, ଚକ୍ରଧର ମଲ୍ଲିକ, ଅଞ୍ଜନା ଜାନି, ମାନି ଜାନି, ଲାବନ୍ୟା ଜାନି, ମଞ୍ଜୁରି ଜାନି, ସଞ୍ଜୁ ମଲ୍ଲିକ ଆଦି ଉପସ୍ଥିତ ଥିଲେ।