ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୫/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବ୍ରାହ୍ମଣ ସମାଜ ର ଏକ ବୈଠକ ସ୍ଥାନୀୟ ଡଙ୍ଗରିଗୁଡ଼ା ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗତ ଡିସେମ୍ବର ମାସରେ ବ୍ରାହ୍ମଣ ସମାଜ ର ପୁରୁଣା କମିଟି କୁ ଭଙ୍ଗ କରାଯାଇ ନୂତନ କମିଟି ଗଠନ ହୋଇଥିଲା। ନୂତନ କମିଟି ସଭାପତି ଶିବ ପ୍ରସାଦ ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ ରେ ପ୍ରଥମେ ଓଁ କାର ଧ୍ଵନୀ ସହ ସମୂହ ଗାୟତ୍ରୀ ମନ୍ତ୍ର ପାଠ କରାଯାଇଥିଲା। ନୂତନ କମିଟି ସଦସ୍ୟ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇ ବୈଠକ ଆରମ୍ଭ ହୋଇଥିଲା।ସମ୍ପାଦକ ସଞ୍ଜୟ କୁମାର ପାଢ଼ୀ ବାର୍ଷିକ ବିବରଣୀ ପାଠ କରିବା ସହ ଆୟ ବ୍ୟେୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଡାବୁଗାଁ ବ୍ରାହ୍ମଣ ସମାଜ ର ଜମି ଚିହ୍ନଟ ପ୍ରକ୍ରିୟା ପାଇଁ ଆଲୋଚନା ହୋଇଥିଲା।ବ୍ରାହ୍ମଣ ସମାଜ ର ଏକତା ଓ ସଙ୍ଗଠନ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ବୋଲି ନୂତନ ସଭାପତି ଶିବ ପ୍ରସାଦ ମିଶ୍ର କହିଥିଲେ । ବରିଷ୍ଠ ସଭ୍ୟ ଅଜୟ ବଲ୍ଲଭ ପଣ୍ଡା ବ୍ରାହ୍ମଣ ର ନୀତି ନିୟମ ସମ୍ପର୍କରେ କହିବା ସହ ସମସ୍ତେ ମାନିବାକୁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ରାମେଶ୍ବର ପାଣିଗ୍ରାହୀ , କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ପାତ୍ର ,ହିସାବ ନୀରିକ୍ଷକ ଲକ୍ଷ୍ମୀକାନ୍ତ ରଥ ,ସହ ସମ୍ପାଦକ ପୁପୁନ ପଣ୍ଡା , ଧୀରେନ୍ଦ୍ର ତ୍ରିପାଠୀ, ତ୍ରିନାଥ ଦାସ,ଗଦାଧର ରଥ , ପ୍ରକାଶ ଚନ୍ଦ୍ର ପଣ୍ଡା ଓ ସୁରେନ୍ଦ୍ର କୁମାର ମିଶ୍ର ,ଗଦାଧର ତ୍ରିପାଠୀ, ଗଣେଶ୍ୱର ଦାଶ, ଶରତ ଚନ୍ଦ୍ର ଷଡଙ୍ଗୀ, ପ୍ରକାଶ ମହାପାତ୍ର,ରାଜେନ୍ଦ୍ର ମିଶ୍ର, ଗୋବିନ୍ଦ ପଣ୍ଡା,ସରୋଜ ମିଶ୍ର, ଦୁର୍ଗା ରଥ, ସତ୍ୟ ନାରାୟଣ ଚୌଧୁରୀ, ପ୍ରଦୀପ ପାଢୀ, ପ୍ରଦୀପ ସାହୁ, ଲାଲୁ ପାତ୍ର, ଦୀନବନ୍ଧୁ ଗନ୍ତାୟତ ଓ ମନ ମଥ ପଣ୍ଡା ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post