ପଞ୍ଚାୟତ ଓ ପୌର ନିର୍ବାଚନ ବିଫଳତା ପରେ କିଏ ଧରିବ ଗୁଣପୁର ବିଜେଡିର ମଙ୍ଗ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ନିର୍ବାଚନ ତାରିଖ ଘୋଷଣା ସମୟ ପାଖେଇ ଆସୁଥିବାରୁ ସ୍ଥାନୀୟ ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ରାଜନୀତି ରେ ମଧ୍ୟ ପ୍ରତେକ ଦିନ ନୂଆ ନୂଆ ଘଟଣା ଓ ଚର୍ଚ୍ଚା ଆଲୋଚନା ଶୁଣିବାକୁ ମିଳୁଛି। ବିଶେଷ କରି ଶାସକ ବିଜେଡିରେ ଏଥର ପ୍ରାର୍ଥି କିଏହବ ତାକୁ ନେଇ ନାନା ପ୍ରକାରର କଳ୍ପନା ଜଳ୍ପନା ଚାଲୁ ରହିଛି। ଏମିତି କି ଗତ ପଞ୍ଚାୟତ ଓ ପୌର ନିର୍ବାଚନ ରେ ଦଳର ଶୋଚନୀୟ ପରାଜୟ ପରେ ଏଥର ଶାସକ ଦଳରେ ଏଠିକାର ନେତୃତ୍ବ ମଧ୍ୟ କିଏନବ ତାକୁନେଇ ମଧ୍ୟ ଅନେକ କଥା ଶୁଣିବାକୁ ମିଳୁଛି। ଏବେ ରଘୁନାଥ ଗମାଙ୍ଗ ଏଠି ବିଜେଡିର ବିଧାୟକ ରହିଥିବା ବେଳେ ତାଙ୍କୁ ପୁଣିଥରେ ଟିକଟ୍ ମିଳିବକି ନାହିଁ ତାକୁନେଇ ମଧ୍ୟ ଦ୍ବନ୍ଦ ଲାଗି ରହିଛି। ରଘୁନାଥ ଙ୍କ ସଭା ସମିତି ଉତ୍ସବ ଯାନି ଯାତ୍ରା ରେ ଉପସ୍ଥିତି ଓ ଘନ ଘନ ଅଞ୍ଚଳରେ ବୁଲିବାକୁ ଦେଖି ପୁଣିଥରେ ରଘୁନାଥ ହିଁ ବିଜେଡିର ପ୍ରାର୍ଥୀ ହେବା ଏକ ପ୍ରକାର ଫାଇନାଲ ବୋଲି କୁହାଯାଉ ଥିବା ବେଳେ ଗତକାଲି ଠାରୁ ପଦ୍ମପୁର ବ୍ଲକର ପୁର୍ବତନ ବ୍ଲକ ଅଧ୍ଯକ୍ଷ ରମାକାନ୍ତ ମାଝୀ ଙ୍କ ନା ବିଜେଡି ପ୍ରାର୍ଥୀ ତାଲିକାରେ ଯୋଡିହୋଇ ଆଲୋଚନା ହବାପରେ ଏବେ ରଘୁନାଥ ଙ୍କ ଟେନସନ୍ ବଢିଛି ।
ଗତଥର କଂଗ୍ରେସ ପ୍ରାର୍ଥୀ ଙ୍କ ଠାରୁ ମାତ୍ର ୬ହଜାର ଭୋଟ ବ୍ଯବଧାନରେ ରଘୁନାଥ ବିଜୟୀ ହୋଇଥିଲେ। ଏଥର କିନ୍ତୁ ସ୍ଥିତି ସମ୍ପୁର୍ଣ୍ଣ ଅଲଗା। ଗତ ପାଞ୍ଚ ବର୍ଷରେ ବିଧାୟକ ହବାପରେ ମଧ୍ୟ ସେ ଦଳିୟ ସଙ୍ଗଠନକୁ କ୍ରିୟାଶୀଳ କରିବା ଦିଗରେ ବିଶେଷ ପଦକ୍ଷେପ ନେଇପାରି ନାହାନ୍ତି। ଅସନ୍ତୁଷ୍ଟ ଙ୍କୁ ମନେଇବାରେ ମଧ୍ୟ ସଫଳ ହୋଇ ନାହାନ୍ତି। ଏଣୁ ଏଠି କଂଗ୍ରେସ ର ଶକ୍ତି ପୁର୍ବ ଅପେକ୍ଷା ବଢିଥିବା ବେଳେ ବିଜେଡିରେ ଗୋଷ୍ଠୀ କନ୍ଦଳ ମଧ୍ୟ ପୁର୍ବ ଅପେକ୍ଷା ବହୁତ ପରିମାଣରେ ବଢିଛି। ବିଜେପି ଏକ ପ୍ରକାର ମଇଦାନରେ ନାହିଁ କହିଲେ ଚଳେ। ଏଣୁ ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ଦଳର ମଙ୍ଗ କାହା ହାତରେ ଦବ ଏସବୁ କଥାକୁ ବିଜେଡି ର ଶିର୍ଷ ନେତୃତ୍ବ ଅତି ଗୁରୁତର ଭାବେ ଚିନ୍ତା କରୁଥିବା ଜଣାପଡ଼ିଛି। ବିଶେଷ କରି ସ୍ଥାନୀୟ ଅଞ୍ଚଳରେ ଲୋକେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରତି ବିମୁଖ ନଥିଲେ ମଧ୍ୟ ସ୍ଥାନୀୟ ନେତୃତ୍ବ ପ୍ରତି ମୁହଁ ମୋଡୁ ଥିବାରୁ ସେ ଦିଗରେ କଣ କରାଯାଇ ପାରିବ ତାକୁନେଇ ମଧ୍ୟ ଉପରିସ୍ଥ ସ୍ତରରେ ମାନସ ମନ୍ଥନ ଚାଲିଥିବା କୁହାଯାଉଛି। ଲଗାତାର ଭାବେ ତିନିଥର ହେଲା ଏହି ଆସନ୍ନରେ ବିଜେଡି ଜିତିକି ଆସୁଛି। ସବୁ ନିର୍ବାଚନ ରେ ନୂଆ ପ୍ରାର୍ଥି ଦବା ଫର୍ମୁଲା ଆପଣାଇ ମଧ୍ୟ ବିଜେଡି ସଫଳ ହୋଇଛି। ଏଣୁ ଏଥର ମଧ୍ୟ ନୂଆ ପ୍ରାର୍ଥି କଥା ଆଲୋଚନା ଆରମ୍ଭ ହୋଇଥିଲା। ମହିଳା ହେଲେ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମାଣ୍ଡାଙ୍ଗୀ ଙ୍କ ଠାରୁ ଆରମ୍ଭ କରି ପୁର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ଙ୍କ ଝିଅ ପ୍ରିୟଙ୍କା ଗମାଙ୍ଗ ଙ୍କ ଯାଏଁ ଅନେକ ନା ଚର୍ଚ୍ଚା ହେଉଥିଲା। ଏକାଧିକ ପୁରୁଷ ପ୍ରାର୍ଥୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ଶେଷରେ ରଘୁନାଥ ଙ୍କୁ ହିଁ ଦ୍ବିତୀୟ ବାର ଟିକଟ୍ ମିଳିବା ଏକପ୍ରକାର ନିଶ୍ଚିତ ବୋଲି କୁହାଗଲା। ହେଲେ ଗତକାଲି ଠାରୁ ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ରମାକାନ୍ତଙ୍କ ନା ଯୋରସର ଚର୍ଚ୍ଚା ହେଉଛି। ଜିଆରଏସ୍ ଚାକିରି ଛାଡି ଗୁଲୁଗୁଡାରୁ ସମିତିସଭ୍ୟ ଜିତି ଏଥି ପୂର୍ବରୁ ସେ ୫ବର୍ଷ ପଦ୍ମପୁର ବ୍ଲକର ଅଧ୍ଯକ୍ଷ ରହିଥିଲେ ।ଏବେ ମଧ୍ୟ ଯୁବ ବିଜେଡିର ନେତୃତ୍ବ ନେଇ ସଙ୍ଗଠନ କାର୍ଯ୍ୟ କରି ଚାଲିଛନ୍ତି। ଏଭଳି ଜଣେ ଯୁବ ଚେହେରାଙ୍କ ନାମ ହଠାତ୍ ଚର୍ଚ୍ଚାକୁ ଆସିବା ନେଇ ଅନେକ ଦ୍ବନ୍ଦ ରେ ପଡୁଥିଲେ ମଧ୍ୟ କେହିକିଛି କହିପାରୁ ନାହାନ୍ତି l

 

Leave A Reply

Your email address will not be published.