ବିଜେଡି ଗଡ଼କୁ ବିଜେଡି ସରକାର ଙ୍କ ଅଣଦେଖା |

0

 ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଗାମୀ ନିର୍ବାଚନକୁ ଆଖିଆଗରେ ରଖି ଵିଜୁ ଜନତା ଦଳ ର ସରକାରଙ୍କ ତରଫରୁ ଗତକାଲି ଓଡ଼ିଶାରେ ନୂତନଭାବେ ୫ ଟି ବିଜ୍ଞାପିତ ପରିଷଦ ଅଞ୍ଚଳ କୁ ପୌରପାଳିକା କେନ୍ଦ୍ର ଭାବରେ ଘୋଷଣା କରିଥିଲେ | ଘୋଷିତ ହୋଇଥିବା ପୌରପାଳିକା ଅଞ୍ଚଳ ର ଲୋକମାନେ ଆନନ୍ଦିତ ଥିବାବେଳେ , ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ କୁ ପୌରପାଳିକା ତାଲିକାରୁ ବାଦ ଦେବା ଭଞ୍ଜନଗର ସହରବାସୀ ଙ୍କୁ ଏକ ବଡ଼ ଝଟକା ଲାଗିଛି | ଯେଉଁ ସବୁ ଅଞ୍ଚଳ ଗୁଡିକ ପୌରପାଳିକା ଘୋଷିତ ହୋଇଛି ସେହି ଅଞ୍ଚଳ ଗୁଡ଼ିକଠାରୁ ଭୌଗଳିକ, ଜନସଂଖ୍ୟା ଓ ପରିପାର୍ଶ୍ଵିକ ଦୃଷ୍ଟିକୋଣରୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପୌରପାଳିକା ର ମାନ୍ୟତା ପାଇବା ଶତ ପ୍ରତିଶତ ଉଚିତ | ୧୯୫୭ ମସିହାରୁ ଭଞ୍ଜନଗର ଅଞ୍ଚଳ ବିଜ୍ଞାପିତ ପରିଷଦ ର ମାନ୍ୟତା ପାଇଛି ତାପରେ ଆସ୍କା ଓ ଛତ୍ରପୁର ବିଜ୍ଞାପିତ ପରିଷଦ ର ମାନ୍ୟତା ପାଇଥିଲା | ଏବଂ ଗତ କିଛି ମାସ ତଳେ ଓଡିଶା ର ହାଇକୋର୍ଟ ତରଫରୁ ଆସ୍କା , ଛତ୍ରପୁର ଓ ଭଞ୍ଜନଗର କୁ ପୌରପାଳିକା କରିବା ପାଇଁ ରାୟ ଦିଆଯାଇଅଛି | ତଥାପି ସରକାର ଭଞ୍ଜନଗର ବିଜ୍ଞାପିତ ପରିଷଦ କୁ ପୌରପାଳିକା ଅଞ୍ଚଳ ଘୋଷଣା କରିନାହାନ୍ତି | ଭଞ୍ଜନଗର ପାଇଁ ସରକାର ଙ୍କ ଏହି ଭୂଲ ନିଷ୍ପତ୍ତି ଯୋଗୁଁ ଭଞ୍ଜନଗର ଅଞ୍ଚଳବାସୀଙ୍କ ମନରେ ବହୁତ ଆଘାତ ଲାଗିଛି | ଏହି ପରିପ୍ରେକ୍ଷୀ ରେ ଘୁମୁସର ବିଜେପି ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ରବିବାର ୨୫ ତାରିଖ ସଂଧ୍ୟା ୫ ଘଣ୍ଟା ସମୟରେ, ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଆଗରେ ଥିବା ଆର୍ ଏଣ୍ଡ ବି ବଗଂଳା ରେ ଆୟୋଜନ କରାଯାଇଥିଲା | ସରକାର ଖୁବଶୀଘ୍ର ନିଜ ନିଷ୍ପତ୍ତି କୁ ପୁନଃ ବିଚାର କରି ଭଞ୍ଜନଗର ଅଞ୍ଚଳ କୁ ପୌରପରିଷଦ ର ମାନ୍ୟତା ଦିଆଯାଉବୋଲି ବିଜେପି ଦଳ ପକ୍ଷରୁ ଅନୁରୋଧ ଏବଂ ଚେତାବନୀ ଦିଆଯାଇଛି | ଅନ୍ୟଥା ସେମାନେ ସାଧାରଣ ଲୋକଙ୍କ ସହିତ ମିଶି ସରକାର ଙ୍କ ଏହି ଭୂଲ ନିଷ୍ପତ୍ତି ବିରୋଧରେ ରାଜରାସ୍ତା କୁ ଆସି ଚରମ ନିଷ୍ପତି ଭିତ୍ତିରେ ତିବ୍ର ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମ ଜରିଆରେ ସରକାର ଙ୍କୁ ଅବଗତ କରାଇଛନ୍ତି|

Leave A Reply

Your email address will not be published.