ଖଲ୍ଲିକୋଟ/ଶିବରାମ ଜେନା,ଶାସକ ପ୍ରଶାସକ: ରବିବାର ଦିନ କହ୍ନେଇ ପୁର ସ୍ଥିତ ମାଁ ରାହାଣ ଦେଵୀ ମନ୍ଦିର ପୀଠରେ, ଖଲିକୋଟ ତାଲୁକା ର ନିଖିଳ ଓଡ଼ିଶା ଵାଣାୟତ ଓଡ଼ିଆ ସମାଜର ବୈଠକ ଅନୁଷ୍ଠିତ ହୋଇଯାଇଛି | ଖଲ୍ଲିକୋଟ ତାଲୁକା ଖଲ୍ଲିକୋଟ,ଵିରୁଳି ଓ ବାଣପୁର କୁ ନେଇ ଗଠିତ ହୋଇଥିବାବେଳେ ଏହାର ସଭାପତି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ସମ୍ପାଦକ ଶ୍ରୀ ସୁରେନ୍ଦ୍ର ନାଥ ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ଗୌଡ଼, ଉପଦେଷ୍ଟା ଶ୍ରୀ ଚକ୍ରପାଣି ରାଉତ ପ୍ରମୁଖ ବ୍ୟକ୍ତିବିଶେଷ ମାନେ ମଞ୍ଚାସିନ ଥିଲେ | ଅନ୍ୟମାନଙ୍କ ମଧ୍ୟରେ ଦଫାଦାର ଶ୍ରୀ ଦୀନବନ୍ଧୁ ପରିଡ଼ା ,କୁଳ ମେମ୍ବର, ସଭାସଦଵୃନ୍ଦ, ଦରଖାସ୍ତ କାରୀ, ତଥା ଦାବିଦାର ମାନେ ଉପସ୍ଥିତ ଥିଲେ । ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଲୋକ ସଭା ସ୍ଥଳରେ ଉପସ୍ଥିତ ଥିଲେ । ସଭା କାର୍ଯ୍ୟ ପରିଚାଳନା ସଭାପତି ଶ୍ରୀ ପ୍ରଫୁଲ୍ଲ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ସଭାରେ ନିଆଯାଇଥିବା ଗୁରୁତ୍ବ ପୂ୍ର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ଏକ ପାରିବାରିକ ବିବାଦ ସମାଧାନ ପ୍ରମୁଖ |
ସୂଚନାଯୋଗ୍ୟ ଭାକୁଢିହ ର ବୁଦ୍ଧିଆ ପରିଡ଼ା ଙ୍କ ଝିଅ ନର୍ମଦା ପରିଡ଼ା ମହେଶ୍ଵର ପୁର ସ୍ଥିତ ଗାଁ ର ବାଞ୍ଛା ପରିଡ଼ା ଙ୍କ ପୁତ୍ର ଗୌତମ ପରିଡ଼ା ଙ୍କୁ ବିବାହ କରିଥିଲେ । କୌଣସି କାରଣ ବଶତଃ ଉଭୟ ଙ୍କ ମଧ୍ୟରେ ବିବାଦ ଘଟିବାରୁ, କୁଳ ସହଯୋଗ ରେ ଏହାର ସମାଧାନ ହୋଇ ଥିବା ବେଳେ, ପିଟଣା ପଲ୍ଲୀ ରେ ବାସନ୍ଦ କରଯାଇଥିବା ଲୋକଙ୍କୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ଏପରି ପ୍ରେକ୍ଷି ରେ ପିଟଣାପଲୀ ଗ୍ରାମର ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ଦୁର୍ବ୍ୟବହାରର ସଭାପତି ଅତିଷ୍ଠ ହୋଇ ଉଠିଥିଲେ | ପରବର୍ତ୍ତୀ ମୂହୁର୍ତ୍ତ ରେ ଏହାର ସମାଧାନ ଏହି ସଭା ମାଧ୍ୟମରେ ହୋଇ ଥିବା ଜଣାପଡ଼ିଛି।