ଭୁବନେଶ୍ୱର, ୨୫/୦9/9 ୦୨/୨୦୨୪: କଳାହାଣ୍ଡି ଜିଲ୍ଲା ଅନ୍ତଗତ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ, ଉପାଧ୍ଯକ୍ଷା ଓ ୧୬ ସମିତି ସଭ୍ୟଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ପାତ୍ର, ଶ୍ରୀ ବଳବନ୍ତରାୟ ଓ ଶ୍ରୀ ସିଂହଦେଓ ଉପ ପଢୌକନ ଦେଇ ଦଳକୁ ସ୍ବାଗତ କରିଥିଲେ। ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କଳାହାଣ୍ଡି ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ପାତ୍ର, ଶ୍ରୀ ବଳବନ୍ତରାୟ ଓ ଶ୍ରୀ ସିଂହଦେଓ କହିଥିଲେ।
ଏହି ଅବସର ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ 60, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ଦଳ ଆଗକୁ ଯାହା ଦାୟିତ୍ଵ ଦେବ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।
ଏହି ମିଶ୍ରଣ ପର୍ବରେ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ କୁମାର ସାହୁ, ଉପାଧ୍ଯକ୍ଷା ପୁଷ୍ପାଞ୍ଜ ପୁଷ୍ପାଞ୍ଜଳି ସାହୁ, ସମିତି ସନ୍ତୋଷ ଦାଶ, ନଳିନୀ ମାଝୀ, ଗୀତା ସାହୁ, ଦାମ ଧରୁଆ, ତିଳୋତ୍ତମା ଜାଲ, ବଲବୀ ନାୟକ, ବିଦ୍ୟାଧର ହଞ୍ଜା, ସାଧବୀ ମାଝୀ, ଶୁକ୍ଳ ମାଝୀ, ଜଗମୋହନ ମାଝୀ, ଗୋପାଳ ରଣା, ଟେକରାଜ ସାହୁ, ନୀଳେନ୍ଦ୍ରି ଚନ୍ଦ୍ରି ଝଙ୍କାର, ଜନନୀ ବେମଳ, ସୁମନ୍ତ ପାଢ଼ୀ, ଜଗଦୀଶ, ପୁର୍ବତନ ସରପଞ୍ଚ ରବୀନ୍ଦ୍ର ନାଥ ସାହୁ, ମେମ୍ବର ଜଗଦୀଶ ଭୋଇ, ବେଲାସେନ ଜାନୀ, ମନୋଜ ଜାନ, ପରମେଶ୍ଵର ଝଙ୍କାର, ବିଶ୍ୱନାଥ ମାଝୀ, ଘାସୀ ମାଝୀ, ଦୟା ବେମଲ, ଜନନୀ ବେମଲଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।