ବରିଷ୍ଠ ଆଇନଜୀବୀ, ରାଉରକେଲା ଓକିଲ ସଂଘର ପୂର୍ବତନ ସଭାପତି, ଶ୍ରମିକ ନେତା ତପନ ପ୍ରସାଦ ସାହା ଙ୍କ ବିୟୋଗରେ ସି ପି ଆଇ ଏମ୍ ର ଶୋକ।

0

ରାଉରକେଲା(ବସନ୍ତ କୁମାର ଜେନା):ରାଉରକେଲା ର ବରିଷ୍ଠ ଆଇନଜୀବୀ ତଥା ରାଉରକେଲା ଓକିଲ ପୂର୍ବତନ ସଭାପତି, ବାମପନ୍ଥୀ ନେତା ତଥା ସି ପି ଆଇ ଏମ୍, ରାଉରକେଲା ଆଂଚଳିକ କମିଟି ର ପୂର୍ବତନ ସଦସ୍ୟ, ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ, ରାଉରକେଲା ମିନିବସ ଆସୋସିଏସନ୍ ଭଳି ଅନେକ ଶ୍ରମିକ ସଂଗଠନର ଉପଦେଷ୍ଟା,ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା ପୂର୍ବତନ ଉପ ସଭାପତି ତପନ ପ୍ରସାଦ ସାହା ଆଜି ତାଙ୍କର ବାସନ୍ତୀ କଲୋନୀ ସ୍ଥିତ ବାସଭବନରେ ଦୀର୍ଘଦିନ ଅସୁସ୍ଥତା ଯୋଗୁଁ ୭୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।
ତାଙ୍କର ଦେହାନ୍ତ ଖବରପାଇ ସି ପି ଆଇ ଏମ୍,ସି ଆଇ ଟି ୟୁ ଓ ରାଉରକେଲା ଓକିଲ ସଂଘର ବହୁ ବରିଷ୍ଠ ସଦସ୍ୟ ତାଙ୍କ ବାସଭବନ ଓ ଆର୍ ଜି ଏଚ୍ ରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ।
ସି ପି ଆଇ ଏମ୍ ସୁନ୍ଦରଗଡ଼ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ, ସଂପାଦକ ମଣ୍ଡଳୀ ସଦସ୍ୟ ଆଇନଜୀବୀ ଚନ୍ଦ୍ରଭାନୁ ଦାସ, ଅରିନ୍ଦମ ଦତ୍ତ, ଏନ୍ କେ ରାଉତରାୟ, ନିରଞ୍ଜନ ସିଂହ ଙ୍କ ସମେତ ରାଉରକେଲା ଓକିଲ ସଂଘର ସଭାପତି ପ୍ରଦୀପ କୁମାର ମିଶ୍ର, ସଂପାଦକ ଅବନୀ କୁମାର ପ୍ରଧାନ,ବରିଷ୍ଠ ସଦସ୍ୟ ଆଇନଜୀବୀ ଗିରିଶ ମହାପାତ୍ର, କୈଳାସ ପ୍ରଧାନ, ଚନ୍ଦ୍ରମଣି ଜେନା, ପଞ୍ଚାନନ ଶତପଥୀ, ଦିନବନ୍ଧୁ ଭୋଳ,ପ୍ରତାପ ନାୟକ,ଶରତ ପଟେଲ ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।
ବରିଷ୍ଠ ଆଇନଜୀବୀ ଙ୍କ ବିୟୋଗରେ ରାଉରକେଲା ଓକିଲ ସଂଘ ପକ୍ଷରୁ ଶୋକସଭା କରାଯାଇ ଶୋକ ପ୍ରକାଶ କରାଯାଇଛି।ସେ ୧୯୭୨ ମସିହା ଠାରୁ ସଂଘର ସଭ୍ୟ ହୋଇ ବିଶେଷ ଭାବରେ କ୍ରିମିନାଲ ମକଦ୍ଦମା ପରିଚାଳନା କରୁଥିଲେ।
ତାଙ୍କର ବିୟୋଗରେ ତାଙ୍କର ଅତି ଘନିଷ୍ଠ ତଥା ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ସାହା ଦା ଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଂଜଳି ଜଣାଇବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ସେ ସି ପି ଆଇ ଏମ୍ ର ବାସନ୍ତୀ କଲୋନୀ ଶାଖାର ସଦସ୍ୟ ଭାବେ ରହିଥିଲେ।ଜଣେ ଅତ୍ୟନ୍ତ ମେଳାପି ଓ ସଚ୍ଚୋଟତା ସହିତ ନିଜର ଆଇନଜୀବୀ ଭାବେ ସେ ସହରରେ ବେଶ୍ ଆଦୃତ ହୋଇପାରିଥିଲେ।ସି ପି ଆଇ ଏମ୍, ସୁନ୍ଦରଗଡ଼ ଜିଲ୍ଲା କମିଟି ସଂପାଦକ ପ୍ରମୋଦ ସାମଲ ତାଙ୍କର ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ମୃତ୍ୟୁ ଶଯ୍ୟାରେ ତାଙ୍କର ପତ୍ନୀ ରହିଥିଲେ। ତାଙ୍କର ଦୁଇ ଝିଅ ଆସନ୍ତା କାଲି ସହରରେ ପହଞ୍ଚିଥିଲା ପରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯିବ ବୋଲି ପରିବାରବର୍ଗ ଜଣାଇଛନ୍ତି।

Leave A Reply

Your email address will not be published.