ରାଉରକେଲା(ବସନ୍ତ କୁମାର ଜେନା): ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ବାର୍ଷିକୋତ୍ସବ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅନ୍ତର୍ଯ୍ୟାମୀ ସାହୁ ଙ୍କ ସଭାପତିତ୍ବ ସାଧାରଣ ସମ୍ପାଦକ ମଧୁସୂଦନ ବଳଙ୍କ ଆବାହକତ୍ଵ ତଥା କୋଷାଧ୍ୟକ୍ଷ ଉଦୟ କୁମାର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସୋମନାଥ ଲେଙ୍କା, ଉପସଭାପତି ସୁଧାକର ରଥ, ଧୃବଚରଣ ଲେଙ୍କା,ଗୋଲକ ଚନ୍ଦ୍ର ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ଶତପଥୀ ପ୍ରମୁଖ ମଞ୍ଚାସୀନ ରହି ଅନୁଷ୍ଠାନ ସମ୍ପର୍କରେ ଓ ଅନୁଷ୍ଠାନକୁ କିପରି ଅଧିକ କ୍ରିୟାଶୀଳ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ ଶିକ୍ଷକ ସର୍ବଶ୍ରୀ ଡି କେ ମହାପାତ୍ର, ଦାଶରଥି ମଲ୍ଲିକ, ଜନ୍ମେଜୟ ମହନ୍ତ,ଏ କେ ନନ୍ଦ, ବୃନ୍ଦାବନ ବେହେରା, ସୁପ୍ରିତି ଦାସ, ତ୍ରିନାଥ ଷଡ଼ଙ୍ଗୀ,ଜି ଏନ ମିଶ୍ର, ଗୋପାଳ ସାହୁ, ରମେଶ ଚନ୍ଦ୍ର ରଥ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସ୍ବର୍ଗତ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ୧୮ଜଣ ଶିକ୍ଷକଙ୍କ ବିୟୋଗରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରଷ୍ପର ମଧ୍ୟରେ ଭାବ ବିନିମୟ ସହ ଶିକ୍ଷା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା କୁ ବଣ୍ଟନ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ସାହୁ ସ୍ବାଗତ ଭାଷଣ ସହ ସମସ୍ତଙ୍କ ପରିଚୟ ପ୍ରଦାନ ଓ ସମ୍ପାଦକ ଶ୍ରୀ ବଳ ବାର୍ଷିକ ବିବରଣୀ ପାଠ ଓ ଶେଷରେ ବିଶ୍ବନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସମସ୍ତେ ପ୍ରସାଦ ସେବନ ରେ ମିଳିତ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.