ରାଉରକେଲା ଆଇନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

0

ରାଉରକେଲା(ବସନ୍ତ କୁମାର ଜେନା): ରାଉରକେଲା ଆଇନ ମହାବିଦ୍ୟାଳୟର ଦ୍ବିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ ସମ୍ପାଦିକା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପ୍ରାକ୍ତନ ଛାତ୍ର ସଂଘର ସଭାପତି ଡ ସୁମନ ଦତ୍ତ, ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, କ୍ରୀଡାବିତ୍ ସଞ୍ଜୟ ବବୁଟା, ଦେବଦତ୍ତ ଜେନା ତଥା ପରିଚାଳନା କମିଟିର ସଦସ୍ୟା ଛବି ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କ୍ରୀଡା ର ଆବଶ୍ୟକତା ଓ ତାହା ମାଧ୍ୟମରେ କିପରି ଐକ୍ୟବଦ୍ଧତା, ଭାଇଚାରା, ଶାରିରୀକ ଓ ମାନସିକ ବିକାଶରେ ସହାୟକ ହୁଏ,ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମ୍ୟୁଜିକାଲ ଚେୟାର,ଚାମୁଚ ଓ ଗୁଲି ଦୈାଡ, ଡିସକସ, ଜାଭେଲିନ୍, ସଟଫୁଟ, ୧୦୦ ମିଟର ଦୈାଡ ଓ କ୍ରିକେଟ୍ ମ୍ୟାଚ୍ କରାଯାଇଥିଲା। ଏଥିରେ ଉତ୍ସାହର ସହିତ ବହୁସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। କ୍ରିକେଟ ରେ ଆରଏଲସି ସୁପର କିଙ୍ଗସ୍, ଆରଏଲସି ଡେଷ୍ଟ୍ରୟର, ଆରଏଲସି ଲିଜେଣ୍ଡ ଭାଗନେଇଥିଲେ। ସେହିପରି ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଫୁଡ୍ ଷ୍ଟଲ ବେଶ ଆକର୍ଷଣୀୟ ହୋଇଥିଲା। କ୍ରୀଡାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଶୁଭମ୍ ଓରାମ ଖେଳରତ୍ନ ପୁରସ୍କାର ପାଇଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଡ଼ଃ ପ୍ରଜ୍ଞା ପରମିତା ପଣ୍ଡା, ତନ୍ମୟରାଜ ପାଢ଼ୀ,ଡ ଦିବ୍ୟେନ୍ଦୁ ପଣ୍ଡା, ମନୋରଞ୍ଜନ ମହାନ୍ତି, ଲକ୍ଷ୍ମୀପ୍ରିୟା ସାହୁ, ସୁଜାତା ନାୟକ, ଦେବାଶିଷ ବେହେରା, ଅକ୍ଷୟ ଦାଶ, ଅମିତା ଜେନା, ନନ୍ଦକିଶୋର ମହନ୍ତ,ହୃଦୟରଞ୍ଜନ ମହାନ୍ତି, ଦେବକୀ କାରୁଆ, ନିତ୍ୟାନନ୍ଦ ବିଶୋଇ, ରବିନ୍ଦ୍ର ବାଲମୁଚୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷା ଡ ମହାନ୍ତି ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ଡ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.